Home ଜିଲ୍ଲା ପରିକ୍ରମା ବୀର ଯବାନ ମାନଙ୍କ ଉଦ୍ଧେଶ୍ୟରେ ”ସିନ୍ଦୂର ଯାତ୍ରା’ ଶୋଭାଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ଜନତା

ବୀର ଯବାନ ମାନଙ୍କ ଉଦ୍ଧେଶ୍ୟରେ \”ସିନ୍ଦୂର ଯାତ୍ରା’ ଶୋଭାଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ଜନତା

13

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କିଛି ଦିନ ପୂର୍ବରୁ ପାକିସ୍ତାନ ଆତଙ୍କ ବାଦି ଙ୍କ ବର୍ବରତା ରେ ନିରୀହ ଲୋକଙ୍କ ପ୍ରାଣ ଚାଲି ଯାଇଥିଲା । ପରବର୍ତୀ ସମୟରେ \”ଅପରେସନ ସିନ୍ଦୂର’ ଦ୍ୱାରା ଏହାର ପ୍ରତି ଜବାବ ଦିଆ ଯାଇଥିଲା ।ପାକିସ୍ତାନର ଦ୍ରୁଷ୍ଟତା, ଦୁଃସାହସ ଓ ଆତଙ୍କବାଦ ବିରୋଧ ଲଢ଼େଇ \”ଅପରେସନ ସିନ୍ଦୂର’ର ସଫଳତାରେ ଭାରତବର୍ଷର ବୀର ଓ ସାହସୀ ଯବାନମାନଙ୍କର ଶୌର୍ଯ୍ୟ, ବୀରତ୍ୱ ଓ ପରାକ୍ରମ ପାଇଁ ସମଗ୍ର ଦେଶବାସୀ ଗର୍ବିତ । ଭାରତୀୟ ସେନାର ଏହି ଅସୀମ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଧାମନଗର ଧୂଶୁରି ସ୍ଥିତ ଧୂଷୁରାଶୁଣି ମନ୍ଦିର ଠାରୁ ବାହାରବିଲ ଶିବ ମନ୍ଦିର ପର୍ଯ୍ୟନ୍ତ ବହୁ ମା, ଭଉଣୀ, ଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଶୋଭାଯାତ୍ରା ରେ କ୍ରୀଡ଼ା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ସହ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବରିଷ୍ଠ ବିଜେପି ନେତା ଅଶୋକ ପୁହାଣ, ଚତୁର୍ଭୁଜ ନାୟକ, ଧୁସୁରି ସରପଂଚ ଅନ୍ତର୍ଯ୍ୟାମୀ ପତି, ବରିଷ୍ଠ ବିଜେପି ନେତା ମନୋଜ ମଲ୍ଲିକ, ଭାରତୀୟ ଜନତା ପାର୍ଟି ର ଯୁବ ସଂଗଠକ ରତିକାନ୍ତ ନାୟକ,ପୂର୍ବତନ ସରପଂଚ ତଥା ଧୁସୁରି ମଣ୍ଡଳ ସଭାପତି ଅନିରୁଦ୍ଧ୍ ସାହୁ, ନାରୀ ନେତ୍ରୀ କବିତା ସାହୁ, ନମିତା ପଣ୍ଡା, ମଗେଶ୍ୱତା ମହାଳିକ, ସୌଦାମିନୀ ବିଶ୍ୱାଳ, ରିତା ସାଏନ୍ତ ଙ୍କ ସମେତ ଅସଂଖ୍ୟ ଜନସାଧାରଣ ଆତଙ୍କବାଦ ର ନିପାତ ପାଇଁ ବୀର ଯବାନ ମାନଙ୍କ ଦ୍ୱାରା କରା ଯାଇଥିବା ଅପରେସନ ସିନ୍ଦୂର ର ସଫଳତା ଓ ସଶସ୍ତ୍ର ବାହିନୀ ରେ ପରାକ୍ରମ କୁ ଉତ୍ସବ ରୂପେ ପାଳନ କରିବା ନିମନ୍ତେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.