Home ଓଡ଼ିଶା ବୀରପ୍ପନକୁ ଏନକାଉଣ୍ଟର କରିଥିବା ପୂର୍ବତନ IPS ଅଧିକାରୀ କେ.ବିଜୟ କୁମାରଙ୍କୁ ଏବେ ସରକାର ଦେଲେ ଏହି...

ବୀରପ୍ପନକୁ ଏନକାଉଣ୍ଟର କରିଥିବା ପୂର୍ବତନ IPS ଅଧିକାରୀ କେ.ବିଜୟ କୁମାରଙ୍କୁ ଏବେ ସରକାର ଦେଲେ ଏହି ନୂଆ ଦାୟିତ୍ୱ

1444

ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) : ଅବସର ପ୍ରାପ୍ତ ଆଇପିଏସ ଅଧିକାରୀ କେ.ବିଜୟ କୁମାରଙ୍କୁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ଉପଦେଷ୍ଠା ଭାବରେ ନିଯୁକ୍ତ କରାଯାଇଛି। ନିଜର ନୂଆ ଭୂମିକାରେ ପୂର୍ବତନ ପୋଲିସ ଅଧିକାରୀ ମୁଖ୍ୟତଃ ଗୃହ ମନ୍ତ୍ରଣାଳୟକୁ ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀର ସମ୍ବନ୍ଧିତ ସମସ୍ତ ସୁରକ୍ଷା ମାମଲା ଉପରେ ଉପଦେଶ ଦେବା ପାଇଁ ଦାୟୀତ୍ତ୍ୱ ନେଇଛନ୍ତି। ସେ ବାମପନ୍ଥୀ ଚରମପନ୍ଥୀ ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ସୁରକ୍ଷା ବିଷୟ ଉପରେ ମନ୍ତ୍ରଣାଳୟକୁ ଉପଦେଶ ଦେବେ।

ବିଜୟ କୁମାର ଏହା ପୂର୍ବରୁ ଜାମ୍ମୁ ଏବଂ କାଶ୍ମୀରର ରାଜ୍ୟପାଳଙ୍କର ଉପଦେଷ୍ଟା ରହିସାରିଛନ୍ତି। ଏକି ଅବସରପ୍ରାପ୍ତ ଅଧିକାରୀ ସଫଳତାପୂର୍ବକ ସ୍ପେସାଲ ଟାସ୍କ ଫୋର୍ସର ନେତୃତ୍ଵ ନେଇଥିଲେ ଏବଂ ବୀରପ୍ପନକୁ ଏନକାଉଁଣ୍ଟର କରି ମାରିଥିଲେ। ଯାହାର ଆତଙ୍କ ତାମିଲନାଡୁ ଏବଂ କର୍ଣ୍ଣାଟକରେ ବ୍ୟାପକ ଥିଲା। ଗୃହ ମନ୍ତ୍ରଣାଳୟ ଦ୍ଵାରା ତିନି ଡିସେମ୍ବରରେ ଜାରୀ ସରକାରୀ ଆଦେଶ ଅନୁସାରେ, ବିଜୟ କୁମାରଙ୍କର କାର୍ଯ୍ୟକାଳ ନିଯୁକ୍ତି ତିଥିରୁ ଏକ ବର୍ଷର ଅବଧି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.