Home ଓଡ଼ିଶା ବୀମା ଅର୍ଥ ଠକେଇ ଉଦ୍ୟମ……… ବାପର ମିଛ ଏତଲା ଯୋଗୁଁ  ପୁଅ ଜେଲ୍ ଗଲେ

ବୀମା ଅର୍ଥ ଠକେଇ ଉଦ୍ୟମ……… ବାପର ମିଛ ଏତଲା ଯୋଗୁଁ  ପୁଅ ଜେଲ୍ ଗଲେ

553

ନୟାଗଡ/୦୩/୦୧-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ବେଳେବେଳେ ମନୁଷ୍ୟ ଲୋଭର ବଶବର୍ତ୍ତୀ ହୋଇ ଠକେଇ ଉଦ୍ୟମରେ ନିଜେ ଫସିଯିବା ଘଟଣା ଦେଖିବାକୁ ମିଳିଥାଏ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଲେଖନପୁର ଗ୍ରାମରେ । ଦିନବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତି ଗୋଟିଏ ଅଟୋ କିଣି ତାଙ୍କ ପୁଅ ମାନସ ନାୟକଙ୍କୁ ଭୁବନେଶ୍ୱରରେ ଭଡାକରି ଚଳିବାକୁ ଦେଇଥିଲେ । ମାନସ ଅଟୋଟି ଚୋରି ହୋଇଗଲା ବୋଲି ଦିନବନ୍ଧୁଙ୍କୁ କହିଥିଲେ । ଦିନବନ୍ଧୁ ଲେଖନପୁର ତାଙ୍କ ଦାଣ୍ଡ ଦୁଆରୁ ରାତିରେ ଅଟୋଟି ଚୋରି ହୋଇଗଲା ବୋଲି ରଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ରଣପୁର ଥାନା ପୋଲିସ୍ ୬/୨୦୨୦ ରେ ଏକ ମାମଲା ଋଜୁ କରି ତଦନ୍ତ ଜାରି ରଖିଥିଲେ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସୁଚନା ଅନୁଯାୟୀ ମାନସ ନାୟକ ଅଟୋଟିକୁ ଭୁବନେଶ୍ୱର ବିଡିଏ ରେଣ୍ଟାଲ କଲୋନୀରେ ୫୦ହଜାର ଟଙ୍କାରେ ବିକ୍ରୟ କରିଦେଇଥିଲେ । ତେଣୁ ପୋଲିସ୍ ଭୁବନେଶ୍ୱର ଯାଇ OD-02-BF 2853 ନମ୍ବର ବିଶିଷ୍ଟ ଅଟୋଟିକୁ ଜବତ କରିଥିଲେ ଓ ମାନସଠାରୁ ୨୦ହଜାର ଟଙ୍କା ଜବତ କରିଥିଲେ । ତେଣୁ ବାପର ଅଭିଯୋଗରେ ପୁଅ ମାନସକୁ ରଣପୁର କୋର୍ଟକୁ ଫରୱାର୍ଡ କରିଥିଲେ । ଜାମିନ୍ ନାମଞ୍ଜୁର ହେବାରୁ ପୁଅ ଜେଲ୍ ଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.