Home ଜିଲ୍ଲା ପରିକ୍ରମା ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ, ଡିସେମ୍ବର ୨୮ ଭିତରେ...

ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ, ଡିସେମ୍ବର ୨୮ ଭିତରେ କିଶାନ ରକ୍ଷକ ଆପ୍‌ରେ ଦାଖଲ କରିବାକୁ ହେବ ଆବେଦନ

22

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ପ୍ରତିକ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିଲେ କ୍ଷତିପୂରଣ ପାଇବା ପାଇଁ ୨୮.୧୨.୨୦୨୪ ମଧ୍ୟରେ କିଷାନରକ୍ଷକ ଆପ୍‌ରେ ଆବେଦନ କରିବାକୁ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ ପଞ୍ଜିକୃତ ଚାଷୀମାନେ ଏହି ସୁଯୋଗର ସୁବିଧା ପାଇବା ପାଇଁ ଯଥାଶୀଘ୍ର ଆପ୍ ଜରିଆରେ ଆବେଦନ କରିପାରିବେ। ଆବେଦନ କରିବାରେ ଅସୁବିଧାର ସମ୍ମୁଖିନ ହେଲେ ନିକଟସ୍ଥ କୃଷି ଅଧିକାରୀମାନଙ୍କ ସହ ଯୋଗଯୋଗ କରିପାରିବେ। ସୂଚନାଯୋଗ୍ୟ କି ଏହି ଆପ୍ ଜରିଆରେ ପ୍ରାପ୍ତ ଆବେଦନ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ବନ୍ଧରେ ବ୍ଲକ୍‌ସ୍ତରୀୟ ମନିଟରିଂ କମିଟି ଦ୍ୱାରା ସର୍ଭେ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ସରକାରଙ୍କ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.