Home ଜିଲ୍ଲା ପରିକ୍ରମା ବୀଣାପାଣି ବିଦ୍ୟାଳୟ ରେ ଅନିୟମିତତା, ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ

ବୀଣାପାଣି ବିଦ୍ୟାଳୟ ରେ ଅନିୟମିତତା, ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ

12

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅଧିନସ୍ଥ ବୀଣାପାଣି ନୋଡାଲ ବିଦ୍ୟାଳୟ ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି।ରାମପୁର ଗ୍ରାମରେ ଥିବା ଏହି ବିଦ୍ୟାଳୟ ରେ ୨୦୨୪-୨୫ଆର୍ôଥକ ବର୍ଷ ପାଇଁ ବିଦ୍ୟାଳୟ ଉନ୍ନତି କରଣ ପାଇଁ ଲକ୍ଷାଧିକ ଟଙ୍କା ଆସିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନ କରି ଏହି ଅର୍ଥ ହଡପ କରିଥିବା ନେଇ ଗ୍ରାମବାସୀ ଚାନ୍ଦବାଲି ବ୍ଲକ ଶିକ୍ଷଧିକାରୀ ଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇବା ପରେ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକ କେଉଁ ଥି ପାଇଁ ୨୦୨୪-୨୫ ଆର୍ôଥକ ବର୍ଷରେ ୩୨ଜଣ ଛାତ୍ର ଛାତ୍ରୀ ଙ୍କୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କୁ ଆସିଥିବା ଡ୍ରେସ ବଣ୍ଟନ କରିନାହାନ୍ତି, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାର ସଦୁପଯୋଗ ବିଲ ପୈଠ କରି ନାହାନ୍ତି, ମଧ୍ୟାହ୍ନ ଭୋଜନ ପାଇଁ ଉଦିଷ୍ଟ କ୍ୟାସ ବୁକ ଏବଂ ପାସ୍ ବୁକ ଖୋଲି ନଥିବା ବେଳେ ମଧ୍ୟାହ୍ନ ଭୋଜନ ଅର୍ଥ ଉଠାଇ ନେଉଛନ୍ତି, ସମ୍ପୃକ୍ତ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ପାଇଁ କୌଣସି ରୁଟିନ, ଲେସନ ନୋଟ, ରୋଷ୍ଟର ଡ୍ୟୁଟି ରେଜିଷ୍ଟର ନଥିବା ବେଳେ, ବିଦ୍ୟାଳୟ ରେ ଥିବା ଶୌଚାଳୟ ଗୁଡିକ ଅପରିଷ୍କାର ହୋଇ ପଡ଼ିଥିବା ବେଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶୌଚ ହେବା ପାଇଁ ବାହାରକୁ ଯାଉଛନ୍ତି ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ସରକାର ଙ୍କ ଠାରୁ ଆସୁଥିବା ଅନୁଦାନ ରାଶି ଉଠାଇ ନେଉଥିବା ବେଳେ କାହିଁକି ସେ କୌଣସି କାର୍ଯ୍ୟ ନ କରି ଏହି ଅର୍ଥ ହଡପ କରୁଛନ୍ତି?ତୁରନ୍ତ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରୀ କରା ଯାଇଛି। ଏହି ସମସ୍ତ ଅଭିଯୋଗ ବାବଦରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ନଥିବା ବେଳେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ସମସ୍ତ ଅଭିଯୋଗ ଉପରେ ସତ୍ୟତା ଅଛି, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରା ଯାଇଛି, ଉତ୍ତର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.