Home ଜିଲ୍ଲା ପରିକ୍ରମା ବି.ଟି.ପୁରରେ ହସ୍ତଶିଳ୍ପ ସପ୍ତାହ ପାଳିତ

ବି.ଟି.ପୁରରେ ହସ୍ତଶିଳ୍ପ ସପ୍ତାହ ପାଳିତ

9

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବି.ଟି.ପୁରସ୍ଥିତ ଟେରାକୋଟା କର୍ମଶାଳା ଠାରେ ଜିଲ୍ଲା ସ୍ତରୀୟ ହସ୍ତଶିଳ୍ପ ସପ୍ତାହ ପାଳିତ ହୋଇଯାଇଛି । ଟେରାକୋଟା ଶିଳ୍ପୀ ତଥା କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ତତ୍ୱାବଧାନରେ ଜିଲ୍ଲା ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରକାଶ କୁମାର ମିଶ୍ର କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ, ହସ୍ତଶିଳ୍ପର ବିକାଶ ଘଟିଲେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର୍ଯ୍ୟର ବୃଦ୍ଧି ଘଟିବ, କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପୀ ମାନଙ୍କ ବିକାଶ ନିମିତ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱାରୋପ କରୁଛନ୍ତି, ଏହାର ଫାଇଦା ଉଠାଇବାକୁ ସେ ମତପ୍ରକାଶ କରିଥିଲେ । ଏଥିରେ ହସ୍ତଶିଳ୍ପ ବିକାଶ ଅଧିକାରୀ ସତ୍ୟରଞ୍ଜନ କର, ଦିଲ୍ଲୀପ କୁମାର ବିଶ୍ୱାଳ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଶିଳ୍ପୀ କୁଶ ସାହୁ ଓ ପଦ୍ମନାଭ ସେଠୀ ଶିଳ୍ପୀ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ନିପୂଣ ଶିଳ୍ପୀ ନିରୂପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମାନସ କୁମାର ଭୂୟାଁ ଓ ବିକାଶ କୁମାର ଜେନା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ୫୦ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.