Home ଜିଲ୍ଲା ପରିକ୍ରମା ବି ଜେ ପି ଦଳର କାର୍ଯ୍ୟକର୍ତା ନିର୍ବାଚନ ଓ ଦାଇତ୍ୱ ଗ୍ରହଣ

ବି ଜେ ପି ଦଳର କାର୍ଯ୍ୟକର୍ତା ନିର୍ବାଚନ ଓ ଦାଇତ୍ୱ ଗ୍ରହଣ

105

ବଲାଙ୍ଗୀର, -୨୨-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)-ଭାରତୀୟ ଜନତା ପାର୍ଟିର ଟିଟିଲାଗଡ ନଗର କମିଟି ସଂପ୍ରସାରିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ନଗର ସଭାପତି ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ। ସର୍ବ ସମ୍ମତି କ୍ରମେ ମୁଖ୍ୟ ଉପଦେଷ୍ଟା ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଦୀପ ସାହୁ ଏଵଂ ପ୍ରମୋଦ ସରାଫଙ୍କୁ ସହ ଉପଦେଷ୍ଟା କରାଯାଇଛି। ଅଶୋକ ମିଶ୍ରଙ୍କୁ ଆଇଟି ଏବଂ ମିଡ଼ିଆ ସେଲ୍ ପ୍ରମୁଖ କରାଯାଇଛି, ସେହିପରି ଆଵାହକ ରୂପେ ରାଜେଶ ପ୍ରଧାନ ଏବଂ ଗୋଲାପ ସୋନିଙ୍କୁ ଯୁଗ୍ମ ଦାୟିତ୍ଵ ଦିଆଯାଇଥିବା ବେଳେ ନଗର ସଂଗଠନ ସଂଯୋଜକ ଭାବରେ ସଞ୍ଜୟ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ଏହି କମିଟି ସଦସ୍ୟ ମାନଙ୍କ ସହଯୋଗରେ ବିଜେପି ଦଳକୁ ସୁଦୃଢ ତଥା ଜନାଭିମୁଖି କରାଯିବ ବୋଲି ନଗର୍ ସଭାପତି ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.