Home Top News ବିହାରର ମୋକାମା ବିଧାନସଭା ଆସନରେ ଜିତିଲା ଆରଜେଡି : ଜାଣନ୍ତୁ ଅନ୍ୟ ରାଜ୍ୟରେ କିଏ ଆଗରେ

ବିହାରର ମୋକାମା ବିଧାନସଭା ଆସନରେ ଜିତିଲା ଆରଜେଡି : ଜାଣନ୍ତୁ ଅନ୍ୟ ରାଜ୍ୟରେ କିଏ ଆଗରେ

49

ନୂଆଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ୬ଟି ରାଜ୍ୟରେ ଚାଲିଛି ବିଧାନସଭା ଉପ-ନିର୍ବାଚନ ଭୋଟ ଗଣତି। ଏଥିରେ ବିହାରରେ ଦୁଇଟି ସିଟ୍ ଥିବାବେଳେ ଉତ୍ତରପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ହରିୟାଣାରେ ଗୋଟିଏ ସିଟ୍ ରହିଛି। ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ବିଜେପି ଆଗରେ ଥିବାବେଳେ ବିହାରରେ ଗୋଟିଏ ଆସନ ଆରଜେଡ଼ି ବିଜୟ ଲାଭ କରିଛି।

ନଭେମ୍ବର ୩ରେ ଉତ୍ତର ପ୍ରଦେଶର ଗୋଲା ଗୋକୁରନାଥ, ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ହରିଆଣାର ଆଦମପୁର, ମହାରାଷ୍ଟ୍ରର ଅନ୍ଧେରି ପୂର୍ବ, ଓଡ଼ିଶାର ଧାମନଗର ଏବଂ ତେଲେଙ୍ଗାନାର ମୁନୁଗୋଡେ ଆସନ ସମେତ ସମସ୍ତ ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ଗଣନା ସ୍ଥଳରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମହାରାଷ୍ଟ୍ରର ଆନ୍ଧେରି ପୂର୍ବ ବିଧାନସଭା ଆସନରୁ ଶିବସେନା (ଉଦ୍ଧବ-ବାଲାସାହେବ ଠାକରେ) ପ୍ରାର୍ଥୀ ରୁଟୁଜା ଲାଟେ ଅନେକ ଭୋଟରେ ଆଗୁଆ ଥିବା ବେଳେ ବିହାରର ମୋକମାରେ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ବିଜେପିକୁ ୧୬,୭୪୧ ଭୋଟରେ ବିଜୟଲାଭ କରିଛନ୍ତି। ଅପର ପକ୍ଷରେ ବିହାରର ଗୋପାଲଗଞ୍ଜରେ ବିଜେପି ଆଗୁଆ ଅଛି। ସେହିପରି ତେଲେଙ୍ଗାନାରେ ଟିଆରଏସ୍ ଆଗୁଆ ଥିବା ବେଳେ ଉତ୍ତରପ୍ରଦେଶ ଏବଂ ହରିଆଣା ଉପନିର୍ବାଚନରେ ବିଜେପି ଆଗୁଆ ରହିଛି।

ସେହିପରି ଧାମନଗର ଉପନିର୍ବାଚନରେ ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେଉଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୧୮,୧୮୧ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୧୪,୯୨୦ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଙ୍କୁ ୫୫୭ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୯୨ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୨,୩୬୨ ଭୋଟ ମିଳିଥିବା ବେଳେ ନୋଟା ୧୨୪ ଭୋଟ ପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ ୩,୨୬୧ ଭୋଟରେ ଆଗୁଆ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.