Home Top News ବିହାରରେ ଅଗ୍ନିପଥ ଯୋଜନାକୁ ବିରୋଧ : ୨୨ ଟି ଟ୍ରେନ୍ ବାତିଲ, ୫ ଟ୍ରେନର ରୁଟ୍...

ବିହାରରେ ଅଗ୍ନିପଥ ଯୋଜନାକୁ ବିରୋଧ : ୨୨ ଟି ଟ୍ରେନ୍ ବାତିଲ, ୫ ଟ୍ରେନର ରୁଟ୍ ରେ ପରିବର୍ତ୍ତନ

66

ବିହାର ୧୬-୬ (ଓଡ଼ିଆ ପୁଅ) ବିହାରରେ ଅଗ୍ନିପଥ ଯୋଜନାକୁ ବିରୋଧ। ଏହି କାରଣରୁ ବିହାରରେ ୨୨ ଟି ଟ୍ରେନ୍ ବାତିଲ ହୋଇଛି, ୫ ଟ୍ରେନର ରୁଟ୍ ରେ ପରିବର୍ତ୍ତନ କରାଯାଇଛି। ତେବେ ଏହି ବିରୋଧ ଫଳରେ କେତେକ ସ୍ଥାନରେ ତଥା ଅନେକ ଷ୍ଟେସନରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ବିଶେଷକରି ସରକାରଙ୍କ ଅଗ୍ନିପଥ ଯୋଜନାରେ ବିହାରରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି। ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଅଗ୍ନିକାଣ୍ଡ ସହ ପଥର ଫିଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ ଟି ଟ୍ରେନ୍ ବାତିଲ କରିଛି ଏବଂ କେତେକ ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.