Home ଜିଲ୍ଲା ପରିକ୍ରମା ବିହନ ମୁଗ ଯୋଗାଣ ଅନିୟମିୟତା ନେଇ ଭିଜିଲାନ୍ସ ତଦନ୍ତ ଦାବୀ

ବିହନ ମୁଗ ଯୋଗାଣ ଅନିୟମିୟତା ନେଇ ଭିଜିଲାନ୍ସ ତଦନ୍ତ ଦାବୀ

70

ନୟାଗଡ଼ ୧୬/୦୬ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କରୁଛନ୍ତି। କୃଷି ବିଭାଗକୁ ସୁଦୃଢ କରିବା ପାଇଁ ଗାଁ ଗହଳିରେ କୃଷକ ସାଥି ଓ କୃଷିମିତ୍ର ଆଦି ନିଯୁକ୍ତି ଦେଇଛନ୍ତି। କିନ୍ତୁ କୃଷି କର୍ମଚାରୀ ମାନଙ୍କର କୃଷକ ମାନଙ୍କ ପ୍ରତି ଅବହେଳା ଯୋଗୁଁ ସରକାରଙ୍କ ମାଗଣା ଧାନ ବିହନ ଧାନ ପାଚିବା ସମୟରେ ଦିଆଯାଉଛି ଓ ମାଗଣା ମୁଗ ବିହନ ମୁଗ ଅମଳ ପରେ ଦିଆଯାଉଛି। ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କୃଷିବିଭାଗ କାର୍ଯ୍ୟାଳୟ ରେ। ଚଳିତ ବର୍ଷ ନଭେମ୍ବର ମାସରେ ହୋଇଥିବା ଜବାଦ ବାତ୍ୟାରେ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ମାଗଣା ରବି ମୁଗ ବିହନ ଯୋଗାଇଦେବା ପାଇଁ ୪ କେ.ଜି ର ୧୧୪୫ ମିନି ବିହନ ପ୍ୟାକେଟ ଆସିଥିଲା। ଯାହାକି ଏ ଯାଏଁ କୃଷକ ମାନଙ୍କୁ ବଣ୍ଟନ କରାଯାଇ ନଥିବା ଅଭିଯୋଗ ହେଉଛି।

ରଣପୁରର କଂଗ୍ରେସ ନେତା ସତ୍ୟବ୍ରତ ନାୟକ ଅଭିଯୋଗ ଆଣି କହିଛନ୍ତି ଯେ, ରଣପୁର କୃଷି କାର୍ଯ୍ୟଳୟରେ ବିହନ ଯୋଗାଣ ରେ ହେଉଥିବା ଦୁର୍ନୀତିର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ ହେବା ଆବଶ୍ୟକ। ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏ ସର୍ମ୍ପକେ ରଣପୁର ବ୍ଲକ କୃଷି ଅଧିକାରୀ ସୁଭେନ୍ଦୁ ସିଂଦେଓ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବିହନ ବଣ୍ଟନ ବେଳେ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ସମସ୍ୟା ଦେଖାଦେଲା। ତେଣୁ ମାଗଣା ରବି ମୁଗ ବିହନ ବଣ୍ଟା ଯାଇପାରିନାହିଁ। ଏ ସର୍ମ୍ପକେ ନୟାଗଡ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ବିହନ ବଣ୍ଟା ଯାଇପାରିନାହିଁ ବୋଲି ମୋ ପାଖରେ ଖବର ନାହିଁ। ମୁଁ ତଦନ୍ତ କରୁଛି। ଅପରପକ୍ଷେ ସରକାରଙ୍କ କୃଷି ଓ କୃଷକ ମାନଙ୍କ ପାଇଁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.