Home କେନ୍ଦୁଝର ବିଷ ପିଇଲେ ପ୍ରେମୀ ଯୁଗଳ

ବିଷ ପିଇଲେ ପ୍ରେମୀ ଯୁଗଳ

110

ହାଟଡିହି ୩ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଦୁଇ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଉଭୟ ପ୍ରେମୀ ଯୁଗଳ କଥାବର୍ତ୍ତା ହୋଇ ଗଡଚଣ୍ଡୀ ପୀଠକୁ ବୁଲିବାକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଉଭୟ ଭିତରେ ଝଗଡା ହେବାପରେ ଉଭୟ କୀଟନାଶକ ପିଇଦେଇଥିଲେ । କୌଣସି ସୁତ୍ରରୁ ଖବରପାଇ ଝିର ପରିବାର ଲୋକେ ଗଡଚଣ୍ଡୀ ପୀଠକୁ ଯାଇ ଖୋଜାଖୋଜି କରିବାପରେ ତାଙ୍କୁ ଠାବ କରିପାରି ନଥିଳେ । ପରେ ଆଉ କିଛି ଯୁବକ ପହଞ୍ଚି ଉଭୟଙ୍କୁ ପାହାଡ ଉପରେ ଠାବ କରିବାପରେ ପ୍ରଥମେ ହାଟଡିହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.