Home କେନ୍ଦ୍ରାପଡ଼ା ବିଷାକ୍ତ ସର୍ପ ଦଂଶନରେ ଦିନମଜୁରିଆଙ୍କ ମୃତ୍ୟୁ

ବିଷାକ୍ତ ସର୍ପ ଦଂଶନରେ ଦିନମଜୁରିଆଙ୍କ ମୃତ୍ୟୁ

53

କେନ୍ଦ୍ରାପଡ଼ା, ୨୯ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବଳରାମପୁର ପଞ୍ଚାୟତ ଅଧିନସ୍ଥ ସାତଘରିଆ ଗ୍ରାମର ଅଧିବାସୀ ବ୍ରହ୍ମାନନ୍ଦ ପରିଡା(୬୨) ନିଜ ବାଡିରେ ଥିବା ଘଷିଗଦାରୁ ଘଷି କାଢିବା ସମୟରେ ଏକ ବିଷଧର ସାପ ତାଙ୍କ ଦକ୍ଷିଣ ହସ୍ତର ଅଙ୍ଗୁଳିକୁ କାମୁଡି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଟାଉନ ଥାନା ସବଇନସପେକ୍ଟର ସୁଧସ୍ମିତା ପୃଷ୍ଟି ସେଠାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରାଇବା ପରେ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏନେଇ ଟାଉନ ଥାନାରେ ୩୯/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସ୍ୱର୍ଗତ ପରିଡା ଜଣେ କୁଶଳି ଦିନମଜୁରିଆ ଭାବେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସରପଞ୍ଚ ସୁବଳ ସାହୁ, ନଳିନୀକାନ୍ତ ପୃଷ୍ଟି, ମନୋଜ ପରିଡା, ଅଚିନ୍ତ୍ୟ ସାହୁ, ସୁକାନ୍ତ ସାହୁ, ରୀତାଞ୍ଜଳୀ ନାଥ, ଅକ୍ଷୟ ଦାସ, ମନୋରଞ୍ଜନ ବିହାରୀ, ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ବିହାରୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.