Home କେନ୍ଦୁଝର ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ହଦଗଡରେ ପର୍ଯ୍ୟଟକଙ୍କ ଭିଡ

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ହଦଗଡରେ ପର୍ଯ୍ୟଟକଙ୍କ ଭିଡ

155

ହାଟଡ଼ିହି, ୨୭/୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ହଦଗଡରେ ଆଜି ବିଶ୍ୱପର‌୍ୟ୍ୟଟନ ଦିବସ ଉପଲକ୍ଷେ ପର‌୍ୟ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୋଭିଡ କଟକଣା ସତ୍ତ୍ୱେ ହଦଗଡରେ ଆଜି ଶହଶହ ପର‌୍ୟ୍ୟଟକ ହଦଗଡର ପ୍ରାକୃତିକ ସୌନ୍ଦର‌୍ୟ୍ୟର ଶୋଭାରାଜିକୁ ମନଭରି ଉପଭୋଗ କରିବା ସହିତ ଭୋଜି ଭାତ କରି ମଜା ଉଠାଇଥିଲେ । ଏହି ପର‌୍ୟ୍ୟଟନ ସ୍ଥଳୀଟି ରାଜ୍ୟର ଏକ ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ଭାବରେ ଜଣାଶୁଣା ଥିଲେ ମଧ୍ୟ ପର‌୍ୟ୍ୟଟନ ବିଭାଗ ଏହାର ବିକାଶ ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ପର‌୍ୟ୍ୟଟନ କ୍ଷେତ୍ରଟି ଅବହେଳିତ ହୋଇ ପଡି ରହିଛି । ବିଶେଷକରି ଡିସେମ୍ବର ଠାରୁ ଫେବୃୟାରୀ ମାସ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନରୁ ହଜାର ହଜାର ପର‌୍ୟ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ଏଠାରେ ପାନୀୟଜଳ ଏକ ମୁଖ୍ୟ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ପର‌୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପର‌୍ୟ୍ୟଟକମାନେ ଦୁର ଦୁରାନ୍ତରୁ ଏଠାକୁ ବୁଲିବାକୁ ଆସୁଥିବାବେଳେ ଭୋଜି ଭାତ କରିବାପାଇଁ ପାଣି ପାଉ ନାହାନ୍ତି । ଏପରିକି ପାଣିଟୋପେ ପିଇବା ପାଇଁ ବାହାରୁ ଧରି ଆସିବାକୁ ପଡୁଛି । ଏନେଇ ପ୍ରତିବର୍ଷ ପ୍ରଶାସନକୁ ଜଣାଯାଉଥିଲେ ମଧ୍ୟ ପ୍ରଶାସନ କିମ୍ବା ପର‌୍ୟ୍ୟଟନ ବିଭାଗ ପକ୍ଷରୁ ପର‌୍ୟ୍ୟଟକ ମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଉ ନଥିବାରୁ ପର‌୍ୟ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବ୍ଲକର ଏହି ପର‌୍ୟ୍ୟଟନ କ୍ଷେତ୍ରକୁ ପାନୀୟ ଜଳଯୋଗାଣ ସହିତ ଏହାର ଉନ୍ନତି କରିବା ଦିଗରେ ବ୍ୟବସ୍ଥା କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.