ଯାଜପୁର,୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ପୂର୍ବାହ୍ନରେ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ପକ୍ଷାଘାତ ଦିବସ ପାଳିତ ହୋଇଯାଇଚ୍ଥି । ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ର ଯୋଗଦେଇ ଏହି ରୋଗର ଭୟାବହତା ସଂପର୍କରେ ସମ୍ୟକ ସୂଚନା ଦେଇ କହିଲେ ଯେ, ମନୁଷ୍ୟର ମସ୍ତିଷ୍ମକୁ ହଠାତ ରକ୍ତ ସଞ୍ଚାଳନ କମ୍ ହୋଇଗଲେ କିମ୍ୱା ବନ୍ଦ ହୋଇଗଲେ କୋଷିକା ଗୁଡିକର କ୍ଷୟ ଘଟି ସ୍ନାୟବିକ ସମସ୍ୟା ସୃଷ୍ଟି ହୁଏ, ଯାହାକୁ ପକ୍ଷାଘାତ ବା ଷ୍ଟ୍ରୋକ କୁହାଯାଏ । ଜୀବନ ଶୈଳୀର ପରିବର୍ତ୍ତନ, ଡାଇବେଟିସ୍, ମେଦବହୁଳତା ଘଟିଲେ ପକ୍ଷାଘାତର ଲକ୍ଷଣ ଦେଖାଯାଏ ଯଥା- ଅଙ୍ଗ ଦୁର୍ବଳ ହୋଇଯିବା, ଆଖିକୁ ଦେଖା ନ ଯିବା, ମୁଣ୍ଡ ବିନ୍ଧିବା, ମୁହଁ ବଙ୍କା ହୋଇଯିବା, କଥା କହିବାରେ ଅସୁବିଧା ଘଟିବା, ସ୍ମରଣ ଶକ୍ତି କମିଯିବା ଇତ୍ୟାଦି ପକ୍ଷାଘାତର ଲକ୍ଷଣ ଅଟେ । ଏପରି ଘଟିଲେ ସ୍ନାୟୁ ରୋଗ ବିଶେଷଜ୍ଞ, ପିଂଜିଓଥେରାପିଷ୍ଟଙ୍କ ପରାମର୍ଶ ନେବା ଊଚିତ । ତେଣୁ ପ୍ରତିଦିନ ୧୦ ରୁ ୧୫ ମିନିଟ୍ ସାଇକେଲ ଚଲାନ୍ତୁ, ୧ କି.ମି. ରାସ୍ତା ଚାଲନ୍ତୁ, ପ୍ରତିଦିନ ବ୍ୟାୟାମ କରନ୍ତୁ ବୋଲି ଊପସ୍ଥିତ ସଭ୍ୟ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସି.ଡି.ଏମ୍.ପି.ଏଚ୍.ଓ. କାହ୍ନୁ ଚରଣ ନାୟକ, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ଶର୍ମା, ଡା. ଟି.ସି. ଦିକ୍ଷିତ, ପିଂଜିଓଥେରାପି ଡାକ୍ତର ଦେବୀ ପ୍ରସାଦ ସାମଲ ଓ ଡା. ଅଞ୍ଚଲ ବାୱା , ଷ୍ଟାପଂ ନର୍ସ, ବିଭିନ୍ନ ବ୍ଳ୍କର ସି.ଏଚ୍.ସି. ଓ ପି.ଏଚ୍.ସି. ରୁ ଆସିଥିବା କର୍ମକର୍ତ୍ତା ଓ ୬୦ ରୁ ଊର୍ଦ୍ଧ୍ୱ ପକ୍ଷାଘାତ ରୋଗୀ ଯୋଗ ଦେଇଥିଲେ । ଏହା ପିଂଜିଓଥେରାପି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା ଓ ଡା. ଦେବୀ ପ୍ରସାଦ ସାମଲ ଏହାକୁ ପରିଚାଳନା କରିଥିଲେ ।