Home ଜିଲ୍ଲା ପରିକ୍ରମା ବିଶ୍ୱ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧ ଫୁସ୍‌ଫୁସ୍ ରୋଗ ଦିବସ ପାଳିତ

ବିଶ୍ୱ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧ ଫୁସ୍‌ଫୁସ୍ ରୋଗ ଦିବସ ପାଳିତ

25

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଶ୍ୱାସ ହିଁ ଜୀବନ । ସୁସ୍ଥ ନିରାମୟ ଜୀବନ ଯାପନ ଦିଗରେ ଅମ୍ଳଜାନ ଯୁକ୍ତ ଶୁଦ୍ଧ ବାୟୁକୁ ପ୍ରଶ୍ୱାସରେ ନେବା ନିହାତି ଆବଶ୍ୟକ । ଆଜିର ପ୍ରଦୁଷଣଯୁକ୍ତ ପରିବେଶରେ ଶ୍ୱାସ ଅବରୋଧ ଜନିତ ଫୁସ୍‌ଫୁସ୍ ରୋଗରୁ ବର୍ତ୍ତିବା ପାଇଁ ବେଳହୁଁ ଯତ୍ନବାନ ହେବା ଆବଶ୍ୟକ । ଏହି ପ୍ରରିପେକ୍ଷୀରେ ସଚେତନତା ଉଦ୍ଦେଶ୍ୟରେ ପାଳିତ ହୋଇ ଆସୁଥିବା ବିଶ୍ୱ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧ ଫୁସ୍‌ଫୁସ୍ ରୋଗ ଦିବସକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ପାଳନ କରାଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଓ ଆଲୋଚକ ହିସାବରେ ଡ଼ା. ସୁଶାନ୍ତ କୁମାର ସାମନ୍ତ, ଡ଼ା. ଅଶୋକ କୁମାର ମିଶ୍ର, ଡ଼ା. ଅର୍ଚ୍ଚନା ଗାୟନ, ଡ଼ି.ପି.ଏମ୍‌. ସରିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ଦୀର୍ଘସ୍ଥାୟୀ ଶ୍ୱାସ ରୋଗ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗଯୋଗ ଅଧିକାରୀ ଅନିତା ରାଣୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଡ଼ାକ୍ତର, ଫାର୍ମାସିଷ୍ଟ, ପୋଗ୍ରାମ ମ୍ୟାନେଜର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.