Home ଜିଲ୍ଲା ପରିକ୍ରମା ବିଶ୍ୱ ଜଳ ଦିବସ ପାଳିତ, ଉତର ପିଢ଼ୀଙ୍କ ପାଇଁ ଜଳ ସଂରକ୍ଷଣ କରିବା ଆମର ଦାୟୀତ୍ୱ

ବିଶ୍ୱ ଜଳ ଦିବସ ପାଳିତ, ଉତର ପିଢ଼ୀଙ୍କ ପାଇଁ ଜଳ ସଂରକ୍ଷଣ କରିବା ଆମର ଦାୟୀତ୍ୱ

16

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତିର ଦାନ ଜଳ ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ। ଜଳ ବିନା ଜୀଇଁବା ଅସମ୍ଭବ। ଆମର ଦୈନିନ୍ଦିନ ଜୀବନରେ ଜଳର ବ୍ୟବହାର କେତେ ଅପରିହାର୍ଯ୍ୟ ଆମେ ସମସ୍ତେ ଜାଣୁ। କେବଳ ସେତିକି ନୁହେଁ ଚାଷ କାର୍ଯ୍ୟଠାରୁ ଆରମ୍ଭ କରି କଳ କାରଖାନା, ନିର୍ମାଣ କାର୍ଯ୍ୟ ଆଦି ସମସ୍ତ କ୍ଷେତ୍ର ରେ ଜଳର ଆବଶ୍ୟକ ରହିଛି। ନଦନଦୀ, ଗଡିଆ, ପୋଖରୀ, ସମୁଦ୍ର ଭଳି ପ୍ରକୃତି କୋଳରେ ଅନେକ ଜଳ ଉତ୍ସ ଥିଲେ ବି ଆଜି ଜନ ବିସ୍ପୋରଣ ହେଉ କି ଦୂଷିତ ପରିବେଶ ପାଇଁ ବର୍ଷାର ଅଭାବ କି ଜଳ ବ୍ୟବହାରର ଦୂରୁପଯୋଗ ଆଦି ବିଭିନ୍ନ କାରଣରୁ ଜଳର ଅଭାବ ପରିଲକ୍ଷିତ ହେଉଛି। ଭୂତଳ ଜଳ ସ୍ତର ଦିନ କ ଦିନ ହ୍ରାସ ହେବାର ଲାଗିଛି। ପୁଣି ସ୍ୱଚ୍ଛ ଜଳ ବିନା ସୁସ୍ଥ ଶରୀର ମଧ୍ୟ ସମ୍ଭବ ନୁହେଁ। ତେଣୁ ନିଜ ଚାହିଦା ମେଂଟାଇବା ସହ ଉତର ପିଢ଼ୀଙ୍କ ଚାହିଦା ପାଇଁ ଜଳ ସଂରକ୍ଷଣ କରିବା ଏବଂ ସମସ୍ତ ଜଳ ଉତ୍ସକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଏନ୍‌. ସି. ସି. କାର୍ଯ୍ୟଳୟ ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିବା ବିଶ୍ୱଜଳ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ନିଜ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ। ପୂର୍ବାହ୍ନ ୧୦ଘଟିକାରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ୨(୦) ନାଭାଲ୍ ୟୁନିଟ୍ ଏନ୍‌.ସି.ସି. ର ବିଦ୍ୟାର୍ôଥ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଓ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ପୂର୍ବରୁ ବିଦ୍ୟାର୍ଥି ମାନେ ସାଳନ୍ଦୀ ନଦୀ କୂଳର ସାହାପୁର ଘାଟରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏନ୍‌.ସି.ସି. ନାଭାଲ ୟୁନିଟ୍ ର ଯୁବ କମାଣ୍ଡିଂ ଅଧିକାରୀ ସୁଦୀପ କୁମର ସାହୁ ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମଧ୍ୟ ଏକ ସଚେତନତା ବୈଠିକ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠିକରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏନ୍‌.ସି.ସି କମାଣ୍ଡିଂ ଅଧିକାରୀ, ଆର ଡବ୍ଲ୍ୟୁ ଏସ୍‌.ଏସ୍‌.ର ଏସ୍ .ଡି.ଓ ମୁକୁଳ ଚନ୍ଦ୍ର ଦାସ ପ୍ରମୁଖ ଏହି ବୈଠିକରେ ଯୋଗ ଦେଇ ଜଳ ସଂରକ୍ଷଣ ଓ ମୁକ୍ତ ଜଳ ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.