Home ଜିଲ୍ଲା ପରିକ୍ରମା ବିଶ୍ୱ ଜନସଂଖ୍ୟା ପକ୍ଷପାଳନ

ବିଶ୍ୱ ଜନସଂଖ୍ୟା ପକ୍ଷପାଳନ

19

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଜନସଂଖ୍ୟା ପକ୍ଷ ଆଜି ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ୭ଟି ରଥ ବାହାରିଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ସବୁଜ ପତାକା ଦେଖାଇ ରଥ ଗଡିବାର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ରଥ ସାତଟି ୭ଟି ବ୍ଲକ୍ ଅଂଚଳରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗ୍ରାମାଞ୍ଚଳରେ ପରିବାର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଅଂଚଳବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଏହାର ଲକ୍ଷ୍ୟ ରହିଛି । ଏହାବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଷ୍ଟର, ଲିଫ୍‌ଲେଟ ଓ ସ୍ୱାସ୍ଥ୍ୟ କାନ୍ଥ ମଧ୍ୟରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ୧୧ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୁରୁଷ ଓ ନାରୀ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲା କାର୍ଯ୍ୟକ୍ରମ ପରିଚାଳିକା (ଡିପିଏମ୍‌) ମିସ୍ ସରିତା ମହାପାତ୍ର, ଡିଏମ୍‌ଆରସିଏଚ୍ ଜିତେନ୍ଦ୍ର ବିଶ୍ୱାଳ, ଏଡିପିଏଚ୍‌ସିଓ ଅନିତାରାଣୀ ରାଉତ, ପିଏଚ୍‌ଏଫଓ ଜପାମାଳି ସେଠୀ, ପିଏଚ୍‌ଏଫଓ ଦମୟନ୍ତୀ ଦାସଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.