Home ଓଡ଼ିଶା ବିଶ୍ୱ ଜଙ୍ଗଲ ଦିବସ ରେ ଜଳୁଛି ବନାଂଚଳ  ବନ୍ୟଜନ୍ତୁ ବିପଦ ରେ

ବିଶ୍ୱ ଜଙ୍ଗଲ ଦିବସ ରେ ଜଳୁଛି ବନାଂଚଳ  ବନ୍ୟଜନ୍ତୁ ବିପଦ ରେ

179

ନୟାଗଡ/୨୧/୦୩(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)- ଜଙ୍ଗଲ ସମ୍ପଦ ର ସୁରକ୍ଷା ଓ ଜନ ସଚେତନତା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖ କୁ ବିଶ୍ୱ ଜଙ୍ଗଲ ଦିବସ ରୂପେ ପାଳନ କରାଯାଇଥାଏ । କିନ୍ତୁ ବିଶ୍ୱ ଜଙ୍ଗଲ ଦିବସ ରେ ଜଳୁଛି ଜଙ୍ଗଲ ଜଙ୍ଗଲ ଜନ୍ତୁ ବିପଦ ରେ ଘୁରି ବୁଲୁଛନ୍ତି । ଏଭଳି ଦେଖିବାକୁ ମିଳିଛି ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ମାଲ୍ ରିଜର୍ଭ ଜଙ୍ଗଲ ଭିତରେ । ଆଜ କୁ ୮ ଦିନ ହେଲା ଜଙ୍ଗଲ ରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । କୋଟି କୋଟି ଟଙ୍କାର ଔଷଧିୟ ବୃକ୍ଷ ଜଳିପୋଡି ପାଉଁଶ ହେବାରେ ଲାଗିଛି । ରଣପୁର ବନାଂଚଳ ରେ ବାଘ , ହାତୀ , ମିରିଗ, ସମ୍ବର, କୁଟୁରା ଠାରୁ ଆରମ୍ଭ କରି ବିଭିନ୍ନ ବିରଳ ସରୀସୃପ ଦେଖିବାକୁ ମିଳିଥାନ୍ତି । ଯାହାକୁ ନେଇ  ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ରଣପୁର ବନାଂଚଳ କୁ ଏକ ଅଭୟାରଣ୍ୟ ଭାବରେ ଘୋଷଣା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଜଙ୍ଗଲ ରେ ନିଆଁ ଯୋଗୁଁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

କେତେକ ବିରଳ ଜଙ୍ଗଲ ଜନ୍ତୁ ଜଙ୍ଗଲ ନିଆଁ ରେ ପୋଡି ହୋଇ ମରିଥିବାର ଆଶଙ୍କା କରାଯାଉଛି । ଜଙ୍ଗଲ ନିଆଁ ରିଜର୍ଭ ଜଙ୍ଗଲ ମଧ୍ୟରେ ଥିବା ଜନବସତି ଆଡକୁ ମାଡି ଆସିବା ଯୋଗୁଁ ଜଙ୍ଗଲ ଅଧିବାସୀ ଭୟଭିତ ଅବସ୍ଥାରେ ରହୁଛନ୍ତି । ଏ ସର୍ମ୍ପକେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସିମିତ ସଂଖ୍ୟକ କର୍ମଚାରୀ ଙ୍କୁ ନେଇ ପାଣି ପକାଇ ନିଆଁ ଲିଭାଇବା ସମ୍ଭବ ହେଉନାହିଁ । ବନ କର୍ମଚାରୀ ମାନେ ନିଆଁ ଲିଭାଇବା ପାଇଁ ଦିନ ସାରା ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ନିରାଶ ହେବାପରେ ରିଜର୍ଭ ଜଙ୍ଗଲ ଭିତରେ ଥିବା ଗ୍ରାମବାସୀ ଙ୍କ ସହାୟତା ମଧ୍ୟ ନିଆ ଯାଇଛି । ଏ ସର୍ମ୍ପକେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଙ୍କ ସରକାରୀ ମୋବାଇଲ ନମ୍ବର କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏଥିପ୍ରତି ବନ ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ଓ ନୟାଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଜଙ୍ଗଲ ସୁରକ୍ଷା ପାଇଁ ଅଗ୍ନୀଶମ ବାହିନୀ ସହାୟତା ରେ ନିଆଁ ଲିଭାଇବା ପାଇଁ ଅନୁରୋଧ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.