Home ଜିଲ୍ଲା ପରିକ୍ରମା ବିଶ୍ୱ କପ୍ ହକି ଟ୍ରଫିର ଜିଲ୍ଲା ପରିକ୍ରମା – ଭବ୍ୟ ସ୍ୱାଗତ ପାଇଁ ପ୍ରଶାସନିକ ପ୍ରସ୍ତୁତି

ବିଶ୍ୱ କପ୍ ହକି ଟ୍ରଫିର ଜିଲ୍ଲା ପରିକ୍ରମା – ଭବ୍ୟ ସ୍ୱାଗତ ପାଇଁ ପ୍ରଶାସନିକ ପ୍ରସ୍ତୁତି

34

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜାନୁୟାରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱ କପ୍ ହକି ମ୍ୟାଚ୍ ନିମନ୍ତେ ଡ଼ିସେମ୍ବର ୨୫ ରୁ ବିଶ୍ୱ କପ୍ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ତରଫରୁ ଭବ୍ୟ ସ୍ୱାଗତ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ଲକ୍ଷ୍ମୀ ପ୍ରସାଦ ସାହୁ, ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟକି ବିଶ୍ୱକପ୍ ହକି ଟ୍ରଫି ର ଜିଲ୍ଲା ପରିକ୍ରମା କାର୍ଯ୍ୟସୂଚୀ ଅନୁଯାୟୀ ଜାନୁୟାରୀ ୯ ତାରିଖରେ ଭଦ୍ରକ ଜିଲ୍ଲାରେ ବୁଲିବା କାର୍ଯ୍ୟକ୍ରମ ରହିଛି।

ବାଲେଶ୍ୱର ଜିଲ୍ଲା ପରିକ୍ରମା ପରେ ଭଦ୍ରକ ଜିଲ୍ଲା ସୀମାନ୍ତ ମଇତାପୁର ଠାରେ ୮ ତାରିଖ ରାତିରେ କପ୍‌କୁ ସ୍ୱାଗତ କରାଯାଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯିବ। ସର୍କିଟ୍ ହାଉସ୍‌ରେ ରାତ୍ରିଯାପନ ପରେ ୯ ତାରିଖ ସକାଳେ ପ୍ରଥମେ ବାସୁଦେବପୁର ଯାଇ ପ୍ରତ୍ୟାବର୍ତ୍ତନ ପରେ ସକାଳେ ଘ୮.୩୦ସୁଦ୍ଧା ସ୍ୱାଗତ ଶୋଭାଯାତ୍ରାରେ ନେହେରୁ ଷ୍ଟାଡ଼ିୟମ୍‌କୁ ପାଛୋଟି ନିଆଯିବ ଏବଂ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଛି ସମୟ ରହିବ। ଏହି ଅବଧି ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାପ୍ରେମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍କୁଲ କଲେଜ ବିଦ୍ୟାର୍ଥୀ, ସାଧାରଣ ଜନତାଙ୍କୁ ସାମିଲ କରାଯିବା ନେଇ ବୈଠକରେ ଆଲୋଚନା କାଯାଇଥିଲା। ଷ୍ଟାଡ଼ିୟମ୍‌ରେ ସ୍ୱାଗତ କାର୍ଯ୍ୟକ୍ରମ ପରେ ସମୟ ଅନୁଯାୟୀ ଭଦ୍ରକ ସହରର ପ୍ରମୁଖ ଅନୁଷ୍ଠାନ ମାନଙ୍କ ତରଫରୁ ସ୍ୱାଗତ କାର୍ଯ୍ୟକ୍ରମ ପାଇଁ ଟ୍ରଫିର ପରିକ୍ରମା କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଟ୍ରଫିର ଭଦ୍ରକ ଜିଲ୍ଲା ପରିକ୍ରମାର ଶେଷ କାର୍ଯ୍ୟକ୍ରମ ଅନୁଯାୟୀ ଭଣ୍ଡାରିପୋଖରୀରେ ଏକ ସ୍ୱାଗତ ଉତ୍ସବ କରାଯାଇ ଛତାବର ଠାରେ ମଧ୍ୟାହ୍ନ ୧୨ଘ. ୧୫ମି ସୁଦ୍ଧା ଯାଜପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଭଣ୍ଡାରିପୋଖରୀ ବି.ଡ଼ି.ଓ ଦେବଦତ୍ତ ଦାସ, ତହସିଲଦାର ସରୋଜ ନାୟକ, ଭଦ୍ରକ ବି.ଡ଼ି.ଓ. ସତୀକାନ୍ତ ରାଉତ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.