Home ଜିଲ୍ଲା ପରିକ୍ରମା ଆଧାର ଅପ୍‌ଡେଟ୍ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟିର ପ୍ରଥମ ବୈଠକ

ଆଧାର ଅପ୍‌ଡେଟ୍ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟିର ପ୍ରଥମ ବୈଠକ

63

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟକ୍ତିର ପରିଚୟ, ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିୟମ ଅନୁସାରେ ଆମକୁ ଆଧାର ସମ୍ବନ୍ଧୀୟ ଅପ୍‌ଡେଟ୍ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ ହେବ। ଆଧାର ହିଁ ସାମାଜିକ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବେଳେ ଜୀବନ ପ୍ରଣାଳୀକୁ ସହଜ କରିଥାଏ। ଆଧାର ଅପ୍‌ଡେଟ୍ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟିର ପ୍ରଥମ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ଅପ୍‌ଡେଟ୍ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ୦-୫ବର୍ଷ ବୟସ ଶିଶୁମାନଙ୍କ ଆଧାର ଜେନେରେସନ୍‌କୁ ବୃଦ୍ଧି କରିବା ସହିତ ୫ ରୁ ୧୮ବର୍ଷ ବୟସ ବର୍ଗଙ୍କ ପାଇଁ ମଧ୍ୟ ଆଧାର ଅପଡେସନର ଆବଶ୍ୟକତା ଅଛି ବୋଲି ବୈଠକରେ ପ୍ରକାଶ କରାଯାଇଥିଲା। ଏ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ସେକ୍ଟର ଅନୁଯାୟୀ ଆଧାର ତାଲିକାଭୁକ୍ତ କରାଯିବା ପାଇଁ କ୍ୟାମ୍ପ ଆୟୋଜନ ନେଇ ଯୋଜନା କରିବାକୁ ଡି.ଏସ୍‌.ଡବ୍ଲ୍ୟୁ.ଓ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ପ୍ରତି ୫ ବର୍ଷରେ ଆଧାର ଅପ୍‌ଡେସନ ଓ ଅଥେଣ୍ଟିକେସନ ହେବା, ମୋବାଇଲ ନମ୍ବର ସଂଯୋଗ, ବାଇଓମେଟ୍ରିକ୍ ଅଥେଣ୍ଟିକେସନ୍‌, ଡକ୍ୟୁମେଣ୍ଟ ଅପ୍‌ଡେଟ୍ ଆଦି ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଡାକ ଘରେ, ବ୍ୟାଙ୍କ, ବ୍ଲକ୍ କାର୍ଯ୍ୟାଳୟମାନଙ୍କରେ ଖୋଲାଯାଇଥିବା ଆଧାର କେନ୍ଦ୍ରମାନଙ୍କରେ ଏହି ଆଧାର ଅପଡେଟ୍ କାର୍ଯ୍ୟ କରାଯାଇପାରିବା ନେଇ ଜନସାଧାଣଙ୍କ ସଚେତନତା ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରାଯାଇଥିଲା। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପ୍ରାଚୀର ପତ୍ରକୁ ଅଧିକାରୀମାନେ ପ୍ରଦର୍ଶନ କରିଥିଲେ। ଡାକ ଅଧୀକ୍ଷକ, ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କର ଜିଲ୍ଲା ମୁଖ୍ୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଶିକ୍ଷାଧିକାରୀ, ଡି.ଏସ୍‌.ଡବ୍ଲ୍ୟୁ.ଓ. ଓ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.