Home ଜିଲ୍ଲା ପରିକ୍ରମା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ

15

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲାର ସମସ୍ତ ପଦାଧିକାରୀ ମାନଙ୍କୁ ନେଇ ଆଗାମୀ ଦିନରେ ପାଳନ ହେବାକୁ ଥିବା ୧-ଅଖଣ୍ଡ ଭାରତ ଦିବସ, ୨- ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ୩- ଦୁର୍ଗାଷ୍ଟମୀ କିପରି ପାଳନ ହେବ ଏବଂ ଭଦ୍ରକ ଜିଲ୍ଲାର ସାମ୍ପ୍ରତିକ ପରସ୍ଥିତି ବାବଦରେ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସର୍ବପ୍ରଥମେ ଭାରତୀମାତାଙ୍କ ନିକଟରେ ପ୍ରଦ୍ଦୀପ ପ୍ରଜ୍ୱଳନ କରି ବୈଠକ ପ୍ରାରମ୍ଭ କରାଯାଇଥିଲା। ଏହି ବୈଠକରେ ରାଜ୍ୟରୁ ମାନନୀୟ ସତ୍ୟ ଭାଇ (କାର୍ଯ୍ୟାଳୟ ପ୍ରମୁଖ ) ସମସ୍ତଙ୍କୁ ମାର୍ଗଦର୍ଶନ କରାଇଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ଭାଇ ବିଗତ କାର୍ଯ୍ୟାବଳୀ ବିବରଣୀ ପାଠକରିଥିଲେ। ସଭାପତି କାହ୍ନୁ ଚରଣ ସିଂହି ଭାଇ ନୂତନ କରି ଉପଦେଷ୍ଟା ଭାବେ ନିୟୋଜିତ ହୋଇଥିବା ସରୋଜିନୀ ଅପାଙ୍କୁ ଉତରୀୟ ଦେଇ ସମ୍ମାନିତ କରିଥିଲେ। ଏହି ବୈଠକରେ ଉପସଭାପତି ନିର୍ମଳ ରାଉତ ଭାଇ, କୋଷାଧକ୍ଷ ଭୀମସେନ ପାଣି ଭାଇ, ସହ ସମ୍ପାଦକ ଆଲୋକ ପଣ୍ଡା, ଦୁର୍ଗାବାହିନୀ ପ୍ରମୁଖ ମଧୁସ୍ମିତା ମହାପାତ୍ର, ମୋନାଲିଶା ଦାସ,ସେବା ପ୍ରମୁଖ ରଥ ସାମଲ ଭାଇ,ହରେକୃଷ୍ଣ ଭାଇ, ମାତୃଶକ୍ତି ସହପ୍ରମୁଖ ଶୁଭ୍ରତା ଅପା, ନଗର ସଭାପତି ମାନଗୋବିନ୍ଦ ଭାଇ, ଦମୟନ୍ତୀ ଅପା ବଜରଙ୍ଗ ଦଳର ପ୍ରମୁଖ ବିଜୟ ଭାଇ, କ୍ଷିତୀଶ ଭାଇ, ରଂଜିତ ଭାଇ, ନାଣ୍ଡୁ ଭାଇ, ଚନ୍ଦ୍ରୁ ଭାଇ,ବ୍ୟୋମକେଶ ଭାଇ,ଅଜିତ ଭାଇ, ଶ୍ରୀକାନ୍ତ ଭାଇ, କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ମତାମତ ରଖିଥିଲେ। ପରିଶେଷରେ ସତସଙ୍ଗ ପ୍ରମୁଖ ଶାନ୍ତି ପାଠ କରି ବୈଠକକୁ ଶେଷ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.