Home ଜିଲ୍ଲା ପରିକ୍ରମା ବିଶ୍ୱରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଓ ଶ୍ରୀଜଗନ୍ନାଥ ସର୍ବଶ୍ରେଷ୍ଠ ଠାକୁର , ପ୍ରଚାର ସମିତିର ଦୁଇ...

ବିଶ୍ୱରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଓ ଶ୍ରୀଜଗନ୍ନାଥ ସର୍ବଶ୍ରେଷ୍ଠ ଠାକୁର , ପ୍ରଚାର ସମିତିର ଦୁଇ ଦିନିଆ ‘ନେତ ଉଡ଼ାଣ’ ଉତ୍ସବରେ ବକ୍ତା ମାନଙ୍କ ଅଭିମତ

4

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଭଦ୍ରକ ନିକଟସ୍ଥ ଅପର୍ତ୍ତିବିନ୍ଧା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ୨୬ତମ ବାର୍ଷକ ନେତ ଉଡ଼ାଣ ସ୍ମାରକୀ ମହୋତ୍ସବ ଅନୁଷ୍ଠିତ ହୋଇଅଛି। ଡିସେମ୍ବର ୩୧ ତାରିଖ ଅପରାହ୍ନ ସଂଧ୍ୟାରେ “ସେବକ ମିଳନ ମଂଚଞ୍ଚ” ଏକ ଆଧ୍ୟାତ୍ମିକ ସମାରୋହ ସମିତିର ମୁଖ୍ୟ ପରିଚାଳକ ପ୍ର. ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସନ୍ଥିଆ ମଦନ ମୋହନ ମଠର ମଠାଧିଶ ଆଶିଷ କୁମାର ଗୋସ୍ୱାମୀ ଏବଂ ବକ୍ତା ଭାବରେ ସହ ଆବାହକ ବାବୁଲାଲ ଦାସ ବରିଷ୍ଠ ସେବକ ରାଜେନ୍ଦ୍ର କୁମାର ଅଗସ୍ତି, ସୁବାସ ଚନ୍ଦ୍ର ବଳ ଯୋଗଦାନ କରି ଜଗନ୍ନାଥଙ୍କ ତଥ୍ୟ, ତତ୍ୱ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ସମିତିର ସଂକ୍ଷିପ୍ତ ବିବରଣୀ ସୁଚାଇଥିଲେ ଓ ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢ଼ୀ ପ୍ରବଚନ ଦେଇଥିଲେ। ଶାସକୀୟ ନବବର୍ଷ ଜାନୁଆରୀ ପହିଲାରେ ଶ୍ରୀ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ବିଗ୍ରହଙ୍କ ଷୋଢ଼ଶ ଉପଚାର ପୂଜା, ବିଶ୍ୱ ଶାନ୍ତିଯଜ୍ଞ ଓ ନେତ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୯ ଘଟିକାରେ ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରୁ ଶ୍ରୀକ୍ଷେତ୍ର ବାସିନୀ ମହାଲକ୍ଷ୍ମୀ ସଂକୀର୍ତନ ମଣ୍ଡଳୀ ଓ ତତ୍ୱାବଧାରକ ଭାବରେ ସୁଶ୍ରୀ ଅଣ୍ଣପୂର୍ଣ୍ଣା ଦେବୀ ଓ ଭଦ୍ରକ ଜିଲ୍ଲାରୁ ସୁରେନ୍ଦ୍ର ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଶୟା, ବାଲିଚତୁରୀ, ମଧୁରାପୁର, ଗୁଡ଼ପାଳ, ମାଧପୁର ୫ ଦଳ ସଂକୀର୍ତନ ମଣ୍ଡଳୀ ଦିବ୍ୟଚେତନା ଅଭିଯାନରେ ସହର ପରିକ୍ରମା କରିଥିଲେ। ମଧ୍ୟାହ୍ନ ୨.୩୦ ରେ ଏକ ଆଧ୍ୟାତ୍ମିକ ସଭା ସମିତିର ମୁଖ୍ୟ ପ. ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥ୍‌ôରେ ମୁଖ୍ୟବକ୍ତା ଭାବରେ ଚନ୍ଦନ ବଜାରସ୍ଥ ସୀତାରାମ ମଠର ବରିଷ୍ଠ ସନ୍ଥ ମୁକୁନ୍ଦଜୀ ମହାରାଜ, ସମ୍ମାନୀତ ବରେଣ୍ୟ ଅତିଥି ଭାବରେ ଭଦ୍ରକ ମାନ୍ୟବର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ସମିତିର ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ନିମନ୍ତେ ପ୍ରତିଶୃତି ଦେଇଥିଲେ ଓ ଏହା ପ୍ରଚାର ସମିତିର ସମସ୍ତ ସଭ୍ୟସଭ୍ୟାଙ୍କ ମଧ୍ୟରେ ଏକ ଆନନ୍ଦ ଦେବା ସହ ଶ୍ରୀ ଜଗନ୍ନାଥଙ୍କ ବାସ୍ତବ ଭାକ୍ତିକ ଭାବନାକୁ ଯଥେଷ୍ଟ ପ୍ରେରଣା ଯୋଗାଇ ଥିଲା ଓ ଅନ୍ୟତମ ଅତିଥିଭାବନରେ ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦାନ କରି ବିଶ୍ୱରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଓ ଶ୍ରୀ ଜଗନ୍ନାଥ ବିଶ୍ୱର ସର୍ବଶ୍ରେଷ୍ଠ ଦେବତା ବୋଲି ବହୁ ଉଦାହରଣ ମାଧ୍ୟମରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ମୁକୁନ୍ଦଜୀ ମହାରାଜ ପ୍ରଦୀପ ପ୍ରଜ୍ଜୋଳନ କରି ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ଠାଞ୍ଜଳୀ ପ୍ରଦାନ କରିଥିଲେ। ବୈଠକ ଆରମ୍ଭରେ ଶ୍ୱେତା ମିଶ୍ର ଅତିଥି ମାନଙ୍କୁ ଉପଢ଼ୈକନ ପ୍ରଦାନ କରିଥିଲେ। ବାହୁଲାଲ ଦାସ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଆବାହକ ଶ୍ରୀଯୁକ୍ତ ସାହୁ ସମିତିର ଲକ୍ଷ୍ୟ, ଉଦେଶ୍ୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ପୂଜକ କାଳନ୍ଦୀ ଚରଣ ପାଣୀ ସମେତ ଗ୍ରାମବାସୀ ଓ ସମିତିର ଶରତ ଚନ୍ଦ୍ର ମହାନ୍ତି, ସନେଇ ଶିଅଳ, ସନ୍ତୋଷ କୁମାର ଦାସ, ନାରାୟଣ ଚନ୍ଦ୍ର ପ୍ରଧାନ, କାଶୀନାଥ ପଣ୍ଡା, ସଦାନନ୍ଦ ପାଣିଗ୍ରାହୀ, କାହ୍ନୁଚରଣ ଦାସ, ମଦନମୋହନ ମହାନ୍ତି, ଗୀତାରାଣୀ ମହାନ୍ତି, କବିତା ସାହୁ, ଦୁଃଶାସନ ମହାନ୍ତି, ପୁଷ୍ପଲତା ଦାସ, ଲକ୍ଷ୍ମୀଧର ଖଟୁଆ, ପ୍ରଶାନ୍ତ କୁମାର ଦେ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ସୁବାସ ଚନ୍ଦ୍ର ବଳ, ପ୍ରବୋଧ କୁମାର ମିଶ୍ର, ପୁଷ୍ପଲତା ପଣ୍ଡା, ଅର୍ଣ୍ଣପୂର୍ଣ୍ଣା ସାହୁ, ସାମ୍ବାଦିକ ଅଶୋକ କୁମାର ନାୟକ, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ବହୁ ସଭ୍ୟ / ସଭ୍ୟା ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଗୋପବନ୍ଧୁ ମିଶ୍ର ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.