ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଦୀଗଛିଆ ସ୍ଥିତ ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା ରେ ବିଜ୍ଞାନ ,ଚିତ୍ର ,ହସ୍ତକଳା ଓ ପୁଷ୍ପମାଳ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୩୮ ପ୍ରୋଜେକ୍ଟ ସ୍ଥାନ ପାଇଥିଲା। ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବିଭିନ୍ନ ବୃକ୍ଷର ଉପକାରିତା ଓ ତାହା ମାନବ ସମାଜ ପାଇଁ ଉପଦେୟକୁ ଠିକ୍ ଭାବରେ ଉପସ୍ଥାପନ ବେଶ୍ ମନୋଜ୍ଞ ପରିବେଶ ସୃଷ୍ଟି କରିଥିଲା । ଏହି ବିଜ୍ଞାନ ମେଳାରେ ସ୍ଥାନୀୟ ବୁଦ୍ଧିଜୀବୀ,ସମାଜସେବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ଓ ରୟାଲ ଗ୍ରୁପ ,ଭଦ୍ରକ ର ଅଧକ୍ଷ ନାରାୟଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ।ପ୍ରଧାନ ଶିକ୍ଷକ ଜନ୍ମେଜୟ ମିଶ୍ର ଙ୍କ ସଭାପତିତ୍ୱ ରେ ଓଡ଼ିଶା ଶିକ୍ଷା ବିକାଶ ପରିଷଦ ର ସଂଯୋଜକ ସୁଦର୍ଶନ ପ୍ରଧାନ ଚେୟାରମେନ ପ୍ରଦୀପ କୁମାର ପଣ୍ଡା ,ସମ୍ପାଦକ ବିପିନ କାନ୍ତ ବିଶ୍ୱାଳ ,ସଭାପତି ଶ୍ରୀଯୁକ୍ତ ଉଦିତ ନାରାୟଣ କର ,ହରିହର ମିଶ୍ର ,ପ୍ରଭାତ କର,କାମିନିକନ୍ତ ବିଶ୍ୱାଳ,ବରୁଣ ବାରିକ,କାର୍ତିକ ବାରିକ,ଶ୍ୟାମସୁନ୍ଦର ପଣ୍ଡା,ସଞ୍ଜନା ପାତ୍ର,ମୋନାଲିସା ରାଉତ,ସ୍ୱସ୍ତି ନନ୍ଦିତା ମହାପାତ୍ର ,ଅଭୟ ପାଣିଗ୍ରାହୀ ,ଲକ୍ଷ୍ମୀକାନ୍ତ ଦାସ,ପୂଜା ଦାସ ,ଦେବବ୍ରତ ସାହୁ ,ବାସନ୍ତୀ ପତି,କ୍ରିଷ୍ଣା ବେହେରା,ବର୍ଷା ଭୋଇ,ସ୍ମୃତିପ୍ରୀୟା ଭୋଇ ,ଅମିତ୍ ତ୍ରିପାଠୀ ,ସୂର୍ଯ୍ୟମଣି ତ୍ରିପାଠୀ,ଶର୍ମିଷ୍ଠା ନାୟକ ,ପ୍ରଜ୍ଞା ମହାନ୍ତି ଉପସ୍ଥିତ ରହି ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଜ୍ଞାନ ମେଳାରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ।ସର୍ବଶେଷରେ ସଭାପତିଙ୍କ ଦ୍ୱାରା ଧନ୍ୟବାଦ୍ ଦିଆଯାଇଥିଲା ।








