Home ଜିଲ୍ଲା ପରିକ୍ରମା ବିଶୋଧନରେ ପୌର ପ୍ରଶାସନର ପାତରଅନ୍ତର : ଭିଆଇପି ଏରିଆକୁ ଅନୁକମ୍ପା, ଆଉ ସବୁକୁ ଉପେକ୍ଷା

ବିଶୋଧନରେ ପୌର ପ୍ରଶାସନର ପାତରଅନ୍ତର : ଭିଆଇପି ଏରିଆକୁ ଅନୁକମ୍ପା, ଆଉ ସବୁକୁ ଉପେକ୍ଷା

94

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ପ୍ରଶାସନର କରୋନା ଚିହ୍ନଟ ଅଂଚଳରେ ବିଶୋଧନ ପ୍ରକ୍ରିୟା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କଣ୍ଟେନମେଣ୍ଟ ଘୋଷିତ ଅଂଚଳ ମଧ୍ୟରୁ ଆସିଥିବା ଫାୟାର ଗାଡି ବାଛି ବାଛି କିଛି ସ୍ଥାନକୁ ବିଶୋଧନ କରି ଫେରି ଯାଇଛି । ସେହି ୱାର୍ଡର ଅନ୍ୟ ଏକ କରୋନା ଆକ୍ରାନ୍ତ ଅଂଚଳକୁ ଏହି ଗାଡି ନଯିବା ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏପରିକି ବିଶୋଧନ ବେଳେ ପ୍ରଶାସକ ସମେତ ଫାୟା ରଗାଡି ଏବଂ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କେହି ଲୋକଙ୍କ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି । ପୌର ପ୍ରଶାସନର କରୋନା ପ୍ରଭାବିତ ଅଂଚଳରେ ଭିଆଇପି ଏରିଆକୁ ଅନୁକମ୍ପା ଦେଖାଇବା ଏବଂ ଅନ୍ୟ ଅଂଚଳ ପ୍ରତି ଉପେକ୍ଷା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରପକ୍ଷେ ଫାୟାର ଗାଡି ବାଦ ଦେଇ ଯାଇଥିବା ଅଂଚଳରେ କଂଗ୍ରେସ ପକ୍ଷରୁ ବିଶୋଧନ କରାଯାଇଛି । ଭଦ୍ରକ ପୌରାଞ୍ଚଳ ଅଧୀନ ୭ ନଂ ୱାର୍ଡ ଗବସାହିରୁ ଜଣେ କରୋନା ଆକ୍ରାନ୍ତ ବୁଧବାର ଚିହ୍ନଟ ହୋଇଥିଲେ । ଜିଲାପାଳ ଏହି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ । ସେହିପରି ଏହି ୱାର୍ଡର ଭିଆଇପି କଲୋନୀ ଓ ହାଉସିଂ ବୋର୍ଡ କଲୋନୀର ଜଣେ ଲେଖାଏଁ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ଏ ସଂପର୍କରେ ଜିଲାପାଳ ସୂଚନା ଦେଇଛନ୍ତି । ଏହି ୱାର୍ଡର କଲ୍ୟାରୀ ରେସିଡେନ୍ସି ବିପରିତ ଦିଗରେ ଥିବା କଲୋନରୁ ଏହି ୱାର୍ଡର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସଂପୃକ୍ତ କଲୋନୀକୁ ଅବରୋଧ ଅଂଚଳ ଘୋଷଣା କରିବା ସହ ବିଶୋଧନ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ କଲୋନୀବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ।

 

ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ମଧ୍ୟ ଏଥିନେଇ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ପୂର୍ବାହ୍ନ ୧ଟା ସମୟରେ ଅଗ୍ନିଶମ ବାହିନୀର ଏକ ଗାଡି ଏହି ୱାର୍ଡରେ ପହଞ୍ôଚ ହାଉସିଂ ବୋର୍ଡ କଲୋନୀ, ଭିଆଇପି କଲୋନୀ ସମେତ ସାହାପୁର ଅଂଚଳର କିଛି ସ୍ଥାନକୁ ବିଶୋଧନ କରିବା ଆରମ୍ଭ କରିଥିଲା । ପୌର ନିର୍ବାହୀ ଅଧିକାରୀ ଶ୍ରୀ ନାୟକ, ଫାୟାର ଅଫିସରଙ୍କ ସମେତ ବିଶୋଧନ ଗାଡି ନିକଟରେ ଉପସ୍ଥିତ ପୌରପାଳିକାର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତଙ୍କ ଅଂଚଳକୁ ବିଶୋଧନ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଉପରୋକ୍ତ ଅଧିକାରୀଙ୍କ ଠାରେ ନକରାତ୍ମକ ମନୋଭାବ ଦେଖାଯିବାରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା । କିନ୍ତୁ ଏସବୁ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହି ସମୟରେ ସାହାପୁରଠାରେ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ପକ୍ଷରୁ ବିଶୋଧନ କାର୍ଯ୍ୟ କରୁଥିବା କେତେକ ଦଳୀୟ କର୍ମୀ ଏହି ଖବର ପାଇ କଲ୍ୟାଣୀ ରେସିଡେନ୍ସି ସମ୍ମୁଖ କଲୋନୀରେ ପହଞ୍ôଚ ଘରକୁ ଘର ବୁଲି ବିଶୋଧନ କାର୍ଯ୍ୟ କରିଥିଲେ । କରୋନା ସଂକ୍ରମଣ ଅଂଚଳରେ ପୌରବାସୀଙ୍କ ସୁରକ୍ଷା ନିମିତ୍ତ ବିଶୋଧନ କାର୍ଯ୍ୟ କରାଯାଉଛି । ଏ ଦିଗରେ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । କିନ୍ତୁ କେଉଁ ପରିପ୍ରେକ୍ଷୀରେ, କାହା ଇଙ୍ଗିତରେ ପ୍ରଥମ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଲୋନୀରେ ବିଶୋଧନ କାର୍ଯ୍ୟ କରାଗଲା ନାହିଁ, ସେ ସଂପର୍କରେ ଜିଲ୍ଲାପାଳ ତଦନ୍ତ କରିବାକୁ ଦାବି କରିଛନ୍ତି ସଂପୃକ୍ତ କଲୋନୀବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.