Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ୰ ହରିଭାଇଙ୍କ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ ସମାଜସେବୀ ୰ ହରିଭାଇଙ୍କ ଶ୍ରଦ୍ଧାଞ୍ଜଳି ସଭା

10

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ବିଶାଣିଖରିଦା ସ୍ଥିତ ବାସନ୍ତୀ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ମଣ୍ଡପ ପ୍ରାଙ୍ଗଣରେ ସ୍ୱର୍ଗତ ସୁଦର୍ଶନ ବିଶ୍ୱାଳ (ହରି ଭାଇ)ଙ୍କ ସ୍ମୃତିଚାରଣ ସଭା ବାସନ୍ତୀ ଦୁର୍ଗାପୂଜା କମିଟିର ଉପଦେଷ୍ଟା ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପଣ୍ଡିତ ମାଧବାନନ୍ଦ ମିଶ୍ର ଅମର ଅତ୍ମାର ସଦ୍‌ଗତି କାମନା କରି ସ୍ତୁତିପାଠ କରିଥିବା ବେଳେ ଅତିଥିମାନେ ସ୍ୱର୍ଗତ ହରିଭାଇଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ । ସମସ୍ତ ଉପସ୍ଥିତ ଅତିଥି, କର୍ମକର୍ତ୍ତା, ଜନସାଧାରଣ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ମୁଖ୍ୟ ଅତିଥି ଭାବେ ଭାବେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସଂଜିବ କୁମାର ମଲ୍ଲିକ ଯୋଗଦାନ କରି ସ୍ୱର୍ଗତ ବିଶ୍ୱାଳ ଏକ ଅନୁଷ୍ଠାନ ଓ ଦରଦୀ ମଣିଷ ବୋଲି କହିଥିଲା ବେଳେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ଚରମ୍ପା ଅଞ୍ଚଳର ବରିଷ୍ଠ ନେତା ପ୍ରଫୁଲ୍ଲ ନାୟକ, ପୂର୍ବତନ ବିଧାୟକ ନରେନ ପଲେଇ, ସମାଜସେବୀ ଡାକ୍ତର ପ୍ରଦୀପ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଡ. ରାମଚନ୍ଦ୍ର ପଣ୍ଡା, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ବିଶିଷ୍ଟ ଅଧିବକ୍ତା ନିରାକାର ଜେନା, ଅଧ୍ୟାପକ ଶିବଚରଣ ଖାମୁରାଇ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ସମାଜସେବୀ ଅଶୋକ ମହାନ୍ତି, ସୁଧାକର ରାଉତ, ଶାନ୍ତନୁ କୁମାର ରାଉତ, ପୂର୍ବତନ ସରପଞ୍ଚ ରତ୍ନାକର ସାମଲ, ବାବୁଲାଲ ଦାସ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ହରିଭାଇ ସେବା ଓ ପରୋପକାରର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ମତପ୍ରକାଶ କରିଥିଲେ । ବାସନ୍ତୀ ଦୁର୍ଗାପୂଜା କମିଟିର ସର୍ବ ବରିଷ୍ଠ ସଦସ୍ୟ ଭାଗବତ ପଢିଆରୀ ସଭାରେ ସଂଯୋଜନା କରିଥିବା ବେଳେ ଜୟନ୍ତ ସେନାପତି ଓ ଜୟନ୍ତ ଚାଟାର୍ଜୀ ସହଯୋଗ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଉମାକାନ୍ତ ନାୟକ, ସଦାନନ୍ଦ ସାହୁ, ପୂର୍ବତନ ସରପଞ୍ଚ ପ୍ରହ୍ଲାଦ ପଣ୍ଡା, କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ, ଅଧିବକ୍ତା ପବନ ଶର୍ମା, ଇଂ ଶରତ ପୁହାଣ, ମଦନ ଅଗ୍ରୱାଲା, ଦିଲିପ କୁମାର ଆରଣ, ମୁନା ପଣ୍ଡା, ଶ୍ୟାମସୁନ୍ଦର ଗୁପ୍ତା ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସଭାପତି ଶ୍ରୀଯୁକ୍ତ ରାଉତ ବକ୍ତବ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କାଳୀପୂଜା କମିଟିର କୋଷାଧ୍ୟକ୍ଷ ଅନୁପ କୁମାର ବୋଷ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.