Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ହାଜି ମହମ୍ମଦ ଅବଦୁଲ ବାରିଙ୍କ ସ୍ମୃତିଚାରଣ ସଭା

ବିଶିଷ୍ଟ ସମାଜସେବୀ ହାଜି ମହମ୍ମଦ ଅବଦୁଲ ବାରିଙ୍କ ସ୍ମୃତିଚାରଣ ସଭା

56

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜାତୀୟ ସାମ୍ପ୍ରଦାୟିକ ସଦ୍‌ଭାବନା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ହାଜି ମହମ୍ମଦ ଅବଦୁଲ ବାରିଙ୍କ ବିୟୋଗ ଜନିତ ଏକ ସ୍ମୃତିଚାରଣ ସଭା ଆଜି ସନ୍ଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସମାଜସେବୀ ଏସ. ଏମ. ଫାରୁକ, ଲାଲା ଜଗଦୀଶ ରାୟ, ଅଶୋକ କୁମାର ଦାସଙ୍କ ମିଳିତ ଆବାହକତ୍ୱରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ଜିଲାପାଳ ଦିଲ୍ଲୀପ ରାଉତରାୟ ସ୍ୱର୍ଗତଃ ବାରିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଡ. ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି, ସଂଗ୍ରାମୀ ମହମ୍ମଦ ହନିଫଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଏଭଳି ଜଣେ କ୍ରୋଧହୀନ ଶାନ୍ତ ସରଳ ମେଳାପୀ ବ୍ୟକ୍ତିତ୍ୱ ସମାଜରେ ମିଳିବା ବିରଳ ବୋଲି କହିଥିଲେ। ଅଜୟ କୁମାର ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଡାକ୍ତର ରବିନ୍ଦ୍ର କୁମାର ନାୟକ, ଡାକ୍ତର ପ୍ରଦୀପ କୁମାର ନାୟକ, ଲାୟନ୍ସ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ଅଶୋକ ମହାନ୍ତି, ପୌରାଧ୍ୟକ୍ଷ ଗୁଲମକ୍କୀ ହବିବ, ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତନୁ ରାଉତ, ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ପବନ ଶର୍ମା, ରାଧା ଦାସ, ଅଧ୍ୟାପିକା ରାଧାରାଣୀ ମହାପାତ୍ର, ଝରଣା ପଟ୍ଟନାୟକ, ବାସୁଦେବ ବାରିକ, ବିଦ୍ୟାଧର ସାହୁ, ଶୁଭେନ୍ଦୁ ରାୟ ମହାପାତ୍ର, ହରିପ୍ରସାଦ ନନ୍ଦୀ, ପଦ୍ମନ ରାୟ, ପବିତ୍ର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ମହମ୍ମଦ ଇମ୍ରାନ ଅଲ୍ଲୀ, ଅସରଫ ଅଲ୍ଲୀ, ସେକ୍ ଜମିଲ ଅଖତର, ଲଲାଟେନ୍ଦୁ ମହାନ୍ତି, କୈଳାସ ମହାପତ୍ର, ଅଧିବକ୍ତା ପ୍ରଫୁଲ୍ଲ ସାମଲ, ବିକାଶ ନାଥ, ମୁସ୍ତାକ ଗହ୍ୱର, ଅବଦୁଲ ଦିୟାନ ଦିୟା, ଅଧିବକ୍ତା ପ୍ରଫୁଲ୍ଲ ପାଢୀ ପ୍ରମୁଖ ଯୋଗଦେଇ ସମାଜର ସାମଗ୍ରିକ ଉନ୍ନତି, ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶରେ ଗଠନ ମୂଳକ ପଦକ୍ଷେପ ଓ ସମାଜ ସଂସ୍କାର ଦିଗରେ ସ୍ୱର୍ଗତଃ ବାରିଙ୍କ ଯେଉଁ ଅବଦାନ ରହିଛି, ତାହା ତାଙ୍କୁ ଚିର ଅମର କରି ରଖିବ ବୋଲି କହିଥିଲେ। ବିଶେଷକରି ଭଦ୍ରକ ଭଳି ଏକ ସଂଖ୍ୟାଲଘୁ ଜିଲାରେ ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖି ଜିଲା ପ୍ରଶାସନର ମିଳିତ ସହଯୋଗରେ ସେ ଯେଭଳି କାର୍ଯ୍ୟ ତୁଲାଇଛନ୍ତି, ତାହା ଆଜିର ଯୁବପିଢି ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ। ଏହି ସଭାରେ ବାବୁଲାଲ ଦାସ ମଂଚ ଆହ୍ୱାନ କରିଥିବାବେଳେ ସମାଜସେବୀ ସୁଧାକର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.