ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ଅନ୍ତର୍ଗତ ଅପର୍ତିବିନ୍ଧା ଠାରେ ଭଦ୍ରକ ର ସୁନାମଧନ୍ୟ ବ୍ୟବସାୟୀ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନବଘନ ସାହୁ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଙ୍କ ବାସଭବନରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସ୍ଥାନୀୟ ପାରିଷଦ ଅଞ୍ଜନ କୁମାର ଜେନା, ସ୍ୱାମୀ ମୁକୁନ୍ଦକୃଷ୍ଣଜୀ ମହାରାଜ, ବିକାଶ ଶ୍ରେଷ୍ଠା, ବାବୁଲାଲ ଦାସ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବୃନ୍ଦ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ପଦାର୍ପଣ କରି ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସ୍ୱର୍ଗତ ନବଘନ ସାହୁଙ୍କ ଜୀବନଦୃଷ୍ଟି, ସହଜ ସ୍ୱଭାବ ଓ ସମାଜ ପାଇଁ ତାଙ୍କ ଅମୂଲ୍ୟ ଯୋଗଦାନ ଆଜି ମଧ୍ୟ ସଭିଙ୍କ ମନରେ ଅବିଚ୍ଛିନ୍ନ ଭାବେ ରହିଛି ବୋଲି ଅତିଥିମାନେ ବକ୍ତବ୍ୟରେ କହିଥିଲେ। ଏହି ସ୍ମୃତିସଭାକୁ ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନବଘନ ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା








