ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ପଂଚାୟତ ର ପୂର୍ବତନ ସରପଂଚ ବିଶିଷ୍ଟ ସମାଜସେବୀ ତଥା ସମାଜ ସଂସ୍କାରକ ଗୋଲକ ଚନ୍ଦ୍ର ସାମଲ ଙ୍କ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ପୂର୍ବରୁ ହଟାତ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ହସ୍ପିଟାଲ ଓ ପରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଉଥିଲେ। ତେବେ ଚିକିତ୍ସା ଧୀନ ଅବସ୍ଥା ରେ ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ଏହି ଖବର ପାଇଁ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ସ୍ୱର୍ଗତ ସାମଲ ବୋଡ଼କ ପଂଚାୟତ ର ୧୯୯୭ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ସରପଂଚ ଥିଲେ ଓ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ସେହିପରି ବୋଡ଼କ ଦେଶ ଦୋଳ କମିଟି ର ପ୍ରତିଷ୍ଠାତା ସଭାପତି। ଦୁର୍ଗାପୂଜା କମିଟି ର ପ୍ରତିଷ୍ଠାତା ସଭ୍ୟ ପାଲା କମିଟି ର ପ୍ରତିଷ୍ଠାତା ସଭ୍ୟ. ଶୁଭମ ସ୍ୱେଛାସେବୀ ସଂଗଠନ ର ମୂଖ୍ୟ ଉପଦେଷ୍ଟା। ନାୟକା ଣୀ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭ୍ୟ ଥିଲେ। କେବଳ ସେତିକି ନୁହେଁ ଦୀର୍ଘ ପାଂଚ ଦଶନ୍ଧି ହେଲା ଜଣେ ଆଦର୍ଶ ଚିକିତ୍ସକ ଭାବେ ସମାଜ ର ଗରିବ ଦୁଃଖୀ ଲୋକ ଙ୍କୁ ମାଗଣା ରେ ଔଷଧ ବଂଟନ ସହିତ ସେବା ଯୋଗାଇ ଆସୁଥିଲେ। ତତସହିତ ଜଣେ ବାଗ୍ମୀ. ଆଧ୍ୟାତ୍ମିକ ବାଦୀ. ସାହିତ୍ୟକ. କବି ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ରୁ ପୁରସ୍କୃତ ହୋଇଛନ୍ତି। ତେବେ ତାଙ୍କ ଦେହାନ୍ତ ପରେ ଆଜି ତାଙ୍କ ମର ଶରୀରକୁ ଭୁବନେଶ୍ୱର ଠାରୁ ଏକ ଆମ୍ବୁଲାନ୍ସ ରେ ନିଜ ଜନ୍ମ ମାଟି ବୋଡ଼କ ପଂଚାୟତ ର ବଢ଼େଇ ଗଡିଆ ଗ୍ରାମ କୁ ଅଣାଯାଇଥିଲା। ଅଣ୍ଡରାଇ ଛକ ଠାରୁ ଏକ ବିରାଟ ଶୋଭା ଯାତ୍ରାରେ ତାଙ୍କ ମର ଶରୀର କୁ ନିଜ ଗାଁ କୁ ନିଆ ଜାଇ ବିଭିନ୍ନ ଗାଁ ପରିକ୍ରମା କରାଯାଇଥିଲା। ସବୁଠି ତାଙ୍କୁ ଲୋକ ମାନେ ଭାବ ପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଖବର ପାଇ ପୂର୍ବତନ ଚାନ୍ଦବାଲି ବିଧାୟକ ବିଜୟ କୁମାର ନାୟକ. ଧାମନଗର ର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ. ବିଜେଡି ନେତା ଡା ସଞ୍ଜୟ ଦାସ. ତିହିଡି ବ୍ଲକ ର ପୂର୍ବତନ ଅଧକ୍ଷା ବିଦ୍ୟୁତ ଲତା ନାୟକ. ତ୍ୟାଗଭୂମି ସଭାପତି ଅଜୟ କୁମାର ନାୟକ.ବୋଡ଼କ ସରପଂଚ ସୁବାସିନୀ ଜେନା.ସମିତି ସଭ୍ୟ ଜୟ ପ୍ରକାଶ ମଳିକ. ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବେନ୍ଦ୍ର ପୁହାଣ.ନାୟକାଣୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା. ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ. ରବୀନ୍ଦ୍ର ନାୟକ.ଶରତ ଚନ୍ଦ୍ର କବି.ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ମୋହନ ପଲାଇ. ବିଷ୍ଣୁ ମୋହନ ଜେନା. ଶ୍ରୀହରି ପାକଳ.ପୂର୍ବତନ ସରପଂଚ ଷଷଧର ସାମଲ. ପର୍ଶୁରାମ ଓଝା. ମାଖନ ଲାଲ ଗୁପ୍ତା.ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ.ଶିକ୍ଷକ ଦୟାନିଧି ନାୟକ.ବିଜେପି ନେତା ପ୍ରମୋଦ ଦାସ.ପ୍ରଭାତ ଜେନା.କଂଗ୍ରେସ ନେତା କାଳ୍ପତରୁ ପରିଡା. ଭାସ୍କର ନାଥ. ଶୁଭମ ର ସଭାପତି ହୃଷିକେଶ ବାରିକ ପ୍ରମୁଖ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ବଢ଼େଇ ଗଡିଆ ରେ ପହଂଚି ସ୍ୱର୍ଗତ ଗୋଲକ ସାମଲ ଙ୍କୁ ଶେଷ ଦର୍ଶନ କରିବା ସହିତ ତାଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟ ଦେଈ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ତେବେ ସ୍ୱର୍ଗତ ସାମଲ ଙ୍କ ବିୟୋଗ ରେ ବୋଡ଼କ ପଂଚାୟତ ସହିତ ଆଖପାଖ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ବଡ଼ ଭାଇ ତଥା ଗୃହ ବିଭାଗ ର ଅବସର ପ୍ରାପ୍ତ ଅନୁ ଶାସନ ସଚିନ ଜୟ କୃଷ୍ଣ ସାମଲ ଙ୍କ ସହିତ ପୁତ୍ର ଓ ପରିବାର ଲୋକ ଉପସ୍ଥିତ ଥିଲେ। ଶେଷରେ ସ୍ୱର୍ଗତ ଗୋଲକ ସାମଲ ଙ୍କ ବଡ଼ ପୁଅ ପାର୍ଥସାରଥୀ ସାମଲ ମୁଖାଗ୍ନି ଦେଇଥିଲେ।







