Home ଓଡ଼ିଶା ବିଶିଷ୍ଟ ଶ୍ରମିକ ନେତା ଯତୀନ୍ଦ୍ର ରାୟଙ୍କ ବିୟୋଗ

ବିଶିଷ୍ଟ ଶ୍ରମିକ ନେତା ଯତୀନ୍ଦ୍ର ରାୟଙ୍କ ବିୟୋଗ

69

ଭୁବନେଶ୍ୱର, ୭/୧୨ – (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ବିଦ୍ୟୁତ୍ କର୍ମଚାରୀ ନେତା, ସର୍ବ ଭାରତୀୟ ଉପସଭାପତି, ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ପୂର୍ବତନ ସାଧାରଣ ସମ୍ପାଦକ ତଥା ରାଜ୍ୟ ଏଆଇଟିୟୁସିର ବରିଷ୍ଠ ଉପସଭାପତି ଯତୀନ୍ଦ୍ର ରାୟ (ଜଟୁ ରାୟ)ଙ୍କର ଆଜି ସକାଳେ ଭୁବନେଶ୍ୱର ଭୋଇ ନଗରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା।

ଜଟୁ ରାୟ ଜଗତସିଂହପୁର ଜିଲ୍ଲାର ବରାହପୁର ଗ୍ରାମରେ ଜନ୍ମଗ୍ରହଣ କରି ୧୯୬୦ ଦଶକରେ ରାଜ୍ୟ ବିଦ୍ୟୁତ୍ ବୋର୍ଡର ଜଣେ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ୧୯୭୦ ଓ ୮୦ ଦଶକରେ ବିଦ୍ୟୁତ୍ କର୍ମଚାରୀମାନଙ୍କର ଯେଉଁ ଐତିହାସିକ ଆନ୍ଦୋଳନ ହୋଇଥିଲା ସେଥିରେ ସାମିଲ ହୋଇ ଓଡ଼ିଶା ତଥା ଭାରତବର୍ଷର ବିଶିଷ୍ଟ ନେତା ରୂପେ ଖ୍ୟାତି ଅର୍ଜନ କରିଥିଲେ। ସେ ବହୁବର୍ଷ ଧରି ସିପିଆଇର ରାଜ୍ୟ ପରିଷଦର ସଭ୍ୟ ରହିଥିଲେ।

ତାଙ୍କ ମୃତ୍ୟୁ ସମ୍ବାଦ ପାଇ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଶ୍ରମିକ ନେତା ସୁର ଜେନା, ବିଜୟ ଜେନା, ଦେବାଶିଷ ଘୋଷ, ବିଦ୍ୟୁତ୍ କର୍ମଚାରୀ ନେତା ଆକୁଳି ନାଥ, ସତ୍ୟବାଦୀ ବାଘ, ଭ୍ରମର ରାଉତ ଓ କମଳେଶ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହାପରେ ତାଙ୍କ ମର ଶରୀରକୁ ବିଦ୍ୟୁତ୍ ଫେଡ଼େରେସନ କାର୍ଯ୍ୟାଳୟ ଓ ସିପିଆଇର ରାଜ୍ୟ ଅଫିସକୁ ନିଆଯାଇଥିଲା। ସେଠାରେ ସିପିଆଇର ବରିଷ୍ଠ ନେତା ଦିବାକର ନାୟକ, ଅଭୟ ସାହୁ, ପ୍ରଶାନ୍ତ ପାଟ୍ଟଯୋଷୀ, ଶଶିଭୂଷଣ ସ୍ୱାଇଁ, ଅଭିଜିତ ସାହୁ ଓ ସାଂସଦ ସୁବାସ ସିଂହ ପ୍ରମୁଖ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ଅପରାହ୍ନରେ ପୁରୀଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଜ୍ୟେଷ୍ଠ ପୁତ୍ର ସୋମପ୍ରକାଶ ମୁଖାଗ୍ନି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.