Home କେନ୍ଦୁଝର ବିଶିଷ୍ଟ ଜନନେତା ତଥା ସମାଜସେବୀ ଧ୍ରୁବ ରାଉତଙ୍କ ପରଲୋକ

ବିଶିଷ୍ଟ ଜନନେତା ତଥା ସମାଜସେବୀ ଧ୍ରୁବ ରାଉତଙ୍କ ପରଲୋକ

37

ହାଟଡ଼ିହି-୨୬/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତପର ପ୍ରଥମ ସରପଞ୍ଚ ତଥା ବିଶିଷ୍ଟ ଜନନେତା, ସମାଜସେବୀ ଧ୍ରୁବ ଚରଣ ରାଉତଙ୍କ ୮୨ବର୍ଷ ବୟସର ପରଲୋକ ହୋଇଯାଇଛି । ସେ ୧୯୬୭ରୁ ୧୯୭୦ ମସିହା ପର୍ଯ୍ୟନ୍ତ ବଞ୍ଚା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିସ୍ୱାର୍ଥପର ଭାବେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ କରି ପାରିଥିଲେ । ଗତକାଲି ରାତି ୩ଟା ୩୦ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଯଜାତି କେଶରୀ ରାଉତ, ଜୟନ୍ତ କୁମାର ରାଉତ, ପୁତୁରା ଶିକ୍ଷକ ସୁଧାଶୁଂ କୁମାର ରାଉତ, ଅବସରପ୍ରାପ୍ତ ବ୍ୟାଙ୍କ ଉଚ୍ଚ ଅଧିକାରୀ ତଥା ହାଇକୋଟର ଆଡଭୋକେଟ ସୋମନାଥ ରାଉତ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ, ନିଳାଦ୍ରୀ ବିହାରୀ ରାଉତଙ୍କ ସମେତ ପୁତ୍ରବଧୂ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ବର୍ତ୍ତମାନର ସରପଞ୍ଚ ଚମ୍ପାବତୀ ପୁହାଣ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସରପଞ୍ଚ ଛବିନ୍ଦ୍ର କୁମାର ନାୟକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ସମାଜସେବୀ ମାର୍କଣ୍ଡ ଚରଣ ଓଝା, ଶିକ୍ଷାବିତ ଅରୁଣ କୁମାର ନାୟକ, ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଓଝା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁରେନ୍ଦ୍ର କୁମାର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ପଞ୍ଚାୟତ ସଦସ୍ୟ ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବାପରେ ମରଶରୀରକୁ ଏକ ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯାଇ ଶେଷ ସମ୍ମାନ ପ୍ରଦାନ କରାଯିବାପରେ ବୈତରଣୀ ନଦୀକୁଳକୁ ନିଆଯାଇ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଯଜାତି କେଶରୀ ରାଉତ ମୁଖାଗ୍ନି ଦେଇଥିବାବେଳେ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.