Home ଜିଲ୍ଲା ପରିକ୍ରମା ବିଲାତି ଦଳରେ କେନାଲ ଭର୍ତ୍ତି : ପାଣି ଚାଷୀଙ୍କ କ୍ଷେତରେ ପହଞ୍ଚୁନି

ବିଲାତି ଦଳରେ କେନାଲ ଭର୍ତ୍ତି : ପାଣି ଚାଷୀଙ୍କ କ୍ଷେତରେ ପହଞ୍ଚୁନି

261

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ନଦୀରୁ ସୃଷ୍ଟି ଦଶମୌଜା କେନାଲ ଭଦ୍ରକ ଉତ୍ତରବାହିନୀ ଠାରୁ ବାହାରି ତିହିଡି ବ୍ଲକ୍ ଅନ୍ତର୍ଗତ ଅର୍ଜୁନବିନ୍ଧା ଯାଏଁ ଯାଇଛି । ଏହି କେନାଲ ଦ୍ୱାରା ଭଦ୍ରକ ବ୍ଲକ୍‌ର କିଛି ପଂଚାୟତ ସମେତ ତିହିଡି ବ୍ଲକ୍‌ର ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ପଂଚାୟତର ଚାଷୀମାନେ ଜଳସେଚନ ପାଇଁ ନିର୍ଭର କରିଥାନ୍ତି । ବିଶେଷକରି ବର୍ଷାଭାବ ସମୟରେ ଏହି କେନାଲରେ ପାଣି ଆସିବା ଦ୍ୱାରା ଚାଷୀମାନେ ଅନେକାଂଶରେ ଉପକୃତ ହୋଇଥାନ୍ତି । ମାତ୍ର ଏହି କେନାଲ ଏବେ ବିଲାତି ଦଳରେ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଏଥିରେ ଜଳ ପ୍ରବାହିତ ହେବା ନେଇ ପ୍ରତିବନ୍ଧକ ସୃଷ୍ଟି ହୋଇଛି । କେତେବେଳେ କେନାଲର ଉପର ମୁଣ୍ଡରେ ବନ୍ଧ ପକାଇ ଚାଷୀମାନେ ପାଣିକୁ ଅବରୋଧ କରୁଥିବାବେଳେ ପୁଣି କେତେବେଳେ କେନାଲ ବନ୍ଧକୁ ବେଆଇନ୍ ଭାବେ ଜବରଦଖଲ କରି ଏହାକୁ ସଂକୁଚିତ କରିବାକୁ ଉଦ୍ୟମ କରୁଛନ୍ତି । ଯାହାଫଳରେ କେନାଲ ପାଣି ତଳମୁଣ୍ଡ ଯାଏଁ ପହଞ୍ôଚବାରେ ଅସୁବିଧା ହେଉଛି । ଏହାବାଦ ବିଲାତି ଦଳ ଓ ଅଳିଆ ଆବର୍ଜନା ନିୟମିତ କେନାଲରେ ପଡିବା ଦ୍ୱାରା ଏହା ଧୀରେ ଧୀରେ ପୋତି ହୋଇପଡୁଛି । ପ୍ରାୟ ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ କେନାଲ ସଂସ୍କାର ଦିଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଏହାର ଅଧିକାଂଶ ଭାଗ ବାଟମାରଣା ହେଉଛି । ଯାହାଫଳରେ କେନାଲ ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ । କେବଳ ସେତିକି ନୁହେଁ ପାଣି ଟୋପେ ନପାଇ ମଧ୍ୟ ଚାଷୀମାନେ ପ୍ରତିବର୍ଷ ଜଳ କର ଦେବାକୁ ବାଧ୍ୟ ହେଉଛନ୍ତି । ଚଳିତବର୍ଷ ବର୍ଷାଭାବ ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦଶମୌଜା କେନାଲରେ ପାଣି ମଧ୍ୟ ଛଡାଯାଇଛି । ମାତ୍ର ଏହି ପାଣି ଏଯାବତ୍ ତିହିଡି ବ୍ଲକ୍‌ର ବିଭିନ୍ନ ପଂଚାୟତର ଚାଷୀଙ୍କ ପାଖରେ ପହଞ୍ôଚପାରିନି । ଇତିମଧ୍ୟରେ ହଦଗଡ ଡ୍ୟାମ୍‌ର ପାଣି ସାଳନ୍ଦୀରେ ଆସି ଅନ୍ୟ ପଂଚାୟତମାନଙ୍କରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଥିବାବେଳେ ସାଳନ୍ଦୀରୁ ବାହାରିଥିବା ଏହି କେନାଲରେ ପାଣି ଏଯାବତ୍ ଚାଷୀଙ୍କ ବିଲରେ ନପହଞ୍ôଚବା ପରିତାପର ବିଷୟ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.