Home କେନ୍ଦୁଝର ବିଲରେ ନିଆଁ ଲାଗି ଜଳିଗଲା ୫ବଖରା, ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୁତ

ବିଲରେ ନିଆଁ ଲାଗି ଜଳିଗଲା ୫ବଖରା, ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୁତ

32

ହାଟଡ଼ିହି, ୨/୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ବିଲରେ ନିଆଁ ଲାଗି ଏହା ଚରି ଚରି ଯାଇ ଏକ ୫ବଖରା ବିଶିଷ୍ଟ ଚାଳଘର ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଜମ୍ଭୀରା ପଞ୍ଚାୟତ ସୁନ୍ଦରାପାଳ ଗ୍ରାମର ବିନୋଦ ପଢ଼ିଆରୀ ସଢ଼ା ସମବାୟ ସମିତି ସମ୍ମୁଖ ବିଲରେ ଏକ ଚାଳଘର କରି ତାଙ୍କର ବିଭିନ୍ନ ଆସବାବ ପତ୍ର ରଖିଥାନ୍ତି । କେହି ବ୍ୟକ୍ତି ସିଗାରେଟ କିମ୍ବା ବିଡି ଖାଇ ବିଲରେ ପକାଇଦେବାପରେ ତାହା କୁହୁଳି କୁହୁଳି ଚାରିପାଖ ଜମିର ନଡା ସବୁ ଜଳି ଜଳି ବିନୋଦଙ୍କ ବାଡିରେ ଥିବା ନଡାଗଦାରେ ଲାଗିଥିଲା । ଚାହୁଁ ଚାହୁଁ ତାଙ୍କର ୫ବଖରା ଚାଳଘରଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । ଘରେ ରଖାଯାଇଥିବା ୨ଶହ କୁଇଣ୍ଟାଲରୁ ଉର୍ଦ୍ଧ ଧାନ ସହିତ ଘରେ ଥିବା ଅନ୍ୟାନ୍ୟ ସାମଗ୍ରୀ ସମ୍ପୁର୍ଣ୍ଣ ପୋଡି ଭଷ୍ମୀଭୁତ ହୋଇଯାଇଥିଲା । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ବର୍ତ୍ତମାନ ସମୟରେ ମେସିନି ସାହାଯ୍ୟରେ ଧାନ କଟାଯାଉଥିବାରୁ ବିଲରେ ପଡିଥିବା ନଡାକୁ କେହି କେହି ନିଆଁ ଲଗାଇ ଦେଉଥିବାରୁ ପ୍ରାୟତ ପ୍ରତିଦିନ କେଉଁଠି ନା କେଉଁଠି ଅଗ୍ନିକାଣ୍ଡ ଘଟୁଥିବା ଓ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଏହାକୁ ଲିଭାଇବାକୁ ନାକେଦମ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.