Home ଜିଲ୍ଲା ପରିକ୍ରମା ବିଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବିଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

7

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାରେ ଗ୍ରାମାଚଂଳ ଥାନା ଅଧୀନସ୍ଥ ଗେଲଟୁଆ ନିବାସୀ ଚୋରା ଦେଶୀ ମଦ ବେପାରୀ ଲାଡୋ ସାହୁ ର ସହଯୋଗୀ ସ୍ଥାନୀୟ ସନ୍ତୋଷ ମଲ୍ଲିକ (୬୨) ର ମୃତଦେହ ଆଜି ଶାସନ ନିକଟ କୁଶଗଡିଆ-ବଗମରା ରାସ୍ତା ପାଶ୍ୱର୍ ବିଲରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାରେ ପରିବାର ଲୋକେ ମଦ ବେପାରୀ ଲାଡୋକୁ ଦାୟୀ କରି ଗ୍ରାମାଂଚଳ ଥାନାରେ ଅଭିଯୋଗ ପତ୍ର ଦେବା ପରେ ପୁଲିସ୍ ସନ୍ଦେହରେ ତାକୁ ଅଟକ ରଖିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଲାଡୋ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ବିକ୍ରି କରିଆସୁଥିବାବେଳେ ତାକୁ ଏହି କାର୍ଯ୍ୟରେ ସନ୍ତୋଷ ସହାୟତା କରେ। ତେବେ ଆଜି ଭୋର୍ ସମୟରେ ଲାଡୋ ସନ୍ତୋଷ ଘରେ ପହଂଚି ତାକୁ ବାଇକ୍‌ରେ ଘରୁ ଡାକି ଆଣିଥିଲା। ପରେ କୌଣସି କାରଣରୁ ଉଭୟଙ୍କର ଝଗଡା ହୋଇଥିବା ବିଷୟ ପରିବାର ଲୋକେ କହିଛନ୍ତି। ମାତ୍ର ସକାଳ ପ୍ରାୟ ୬.୩୦ ମିନିଟ୍ ସମୟରେ ସ୍ଥାନୀୟ ଲୋକେ ସନ୍ତୋଷର କ୍ଷତବିକ୍ଷତ ମୃତଦେହ ବିଲ ପାଶ୍ୱର୍ରେ ପଡିଥିବାର ଦେଖିଥିଲେ। ଏହି ଘଟଣାରେ ପରିବାର ଲୋକେ ଲାଡୋ ତାକୁ ହତ୍ୟା କରିଥିବାର ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସନ୍ତୋଷଙ୍କ ମୁହଁରେ ଏକ ଗଭୀର କ୍ଷତଚିହ୍ନ ଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଗ୍ରାମାଂଚଳ ଥାନାରେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.