Home ଜିଲ୍ଲା ପରିକ୍ରମା ବିଲଣାରେ ୯୨ବର୍ଷର ମା’ ବାସନ୍ତୀ ଦୁର୍ଗା ପୂଜା ପାଳିତ

ବିଲଣାରେ ୯୨ବର୍ଷର ମା’ ବାସନ୍ତୀ ଦୁର୍ଗା ପୂଜା ପାଳିତ

9

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଲଣା ପଞ୍ଚାୟତ ଅଧୀନ ବିଲଣା ବାସନ୍ତୀ ନଗରରେ ସାର୍ବଜନୀନ ମା’ ବାସନ୍ତୀ ଦୁର୍ଗା ପୂଜା ମହା ସମାରୋହରେ ପାଳିତ ହେଉଛି। ମା’ଙ୍କର ପୂଜାର୍ଚ୍ଚନା ଯଥାରୀତି ପୂଜା ୫ଦିନ ଧରି ଆଡ଼ମ୍ବର ସହିତ କରାଯାଇଛି। ପ୍ରାୟ ୯୨ ବର୍ଷ ତଳେ ସ୍ୱର୍ଗତ ପରିକ୍ଷୀତ ଦାସ, କୃଷ୍ଣ ଚନ୍ଦ୍ର ପାଣ୍ଡବ, ହରମୋହନ ନାୟକ, ଦୀନବନ୍ଧୁ ନାୟକ, ଦୁର୍ଗା ଚରଣ ପରିଡ଼ା, ଶଙ୍ଖାଳି ମହାକୁଡ଼, କାର୍ତ୍ତିକ ପୁହାଣ, ଶମ୍ଭୁ ଦାସ, ପୀତାମ୍ବର ପତି, ବଳରାମ ପତି, ମଣିଭଦ୍ର ପଣ୍ଡା, ମୁକ୍ତେଶ୍ୱର ପଣ୍ଡା ପ୍ରମୁଖ ମା’ଙ୍କର ପୂଜା ଆରମ୍ଭ କରିଥିଲେ। ଚଳିତ ବର୍ଷ କର୍ତ୍ତା ଭାବେ ନାରାୟଣ ଚନ୍ଦ୍ର ନାୟକ, ପତ୍ନୀ ଲୋଚନ ନାୟକ ପୂଜା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ମୁଖ୍ୟ ପୂଜକ ପ୍ରତାପ ଚନ୍ଦ୍ର ପଣ୍ଡା ଥିବା ବେଳେ କୃଷ୍ଣ ଆଚାର୍ଯ୍ୟ, ଦାମୋଦର ପତି, ଦୟାନିଧି ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି। ପୂଜା କମିଟିର ସଭାପତି ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବୃନ୍ଦାବନ ନାୟକ, ନାରାୟଣ ଚନ୍ଦ୍ର ନାୟକ, ରତ୍ନାକର ଦାସ, ଅକ୍ଷୟ ନାୟକ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ ଚକ୍ଷୁଚିକିତ୍ସକ ମୁକ୍ତିକାନ୍ତ ନାୟକ, ଲକ୍ଷ୍ମୀକାନ୍ତ ନାୟକ, ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଂଜନ ନାୟକ, ସମିତିସଭ୍ୟ ଭାଗିରଥି ମଳିକ, ପୂର୍ବତନ ସମିତିସଭ୍ୟ ଶରତ ମଳିକ, ରବିନ୍ଦ୍ର ମହାକୁଡ଼, ବିନୋଦ ସେଠୀ, ଗଦାଧର ପୁହାଣ, ଗୋପିନାଥ ପଣ୍ଡା, ପ୍ରଦୀପ ପଣ୍ଡା, ଶିଶିର ପଣ୍ଡା, ବଟକୃଷ୍ଣ ମହାଳିକ, ଧରଣୀଧର ନାୟକ, ସୁରେନ୍ଦ୍ର ନାୟକ, ରଂଜନ ମଳିକ, ସରୋଜ ନାୟକ, ଜୟପ୍ରକାଶ ନାୟକ, ବନବୀର ପରିଡ଼ା, ବାବୁଲାଲ ଦାସ, ପ୍ରଦୀପ ପାଣ୍ଡବ, ଧରଣୀ ନାୟକ, ଜ୍ଞାନରଂଜନ ନାୟକ, ବସନ୍ତ ଦାସ, ରଘୁନାଥ ତ୍ରିପାଠୀ, ନିରାକାର ବେହେରା, ରଶ୍ମିରଂଜନ ନାୟକ, ଅମରେନ୍ଦ୍ର ନାୟକ, ରାକେଶ ନାୟକ ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ପୂଜା କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.