Home Top News ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ ନିନ୍ଦା...

ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ : ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

55

– ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି
– ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ

ଭୁବନେଶ୍ୱର, ଅକ୍ଟୋବର ୧୦ (ଓଡ଼ିଆ ପୁଅ) – ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଜେପିର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଦାବି କରିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି। ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ସର୍ବସାଧାରଣ ଜାଗାରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି।

ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟ୍ଟୁ ସମାଲୋଚନା ହେବାକୁ ପଡେ। ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ। ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.