Home ଓଡ଼ିଶା ବିରୂପା ବାଲିଘାଟରେ ହୋଇଥିବା ହତ୍ୟାଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବିରୂପା ବାଲିଘାଟରେ ହୋଇଥିବା ହତ୍ୟାଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

67

କଟକ, ୨୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ପାଇଁ ହୋଇଥିବା ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ଏହିକିଯେ ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ନିଲାମ ପ୍ରକ୍ରିୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଏତେ ବଢିଯାଇଥିଲା କି ଏହା ହତ୍ୟାକାଣ୍ଡର ରୂପ ନେଇଥିଲା। ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟିକିରା ଅଞ୍ଚଳର ବିଜ୍ଞାନ ଭୂଷଣ ମହାନ୍ତି ଓ ସାଙ୍ଗ ଦୀପକ ବେହେରା ଟାଙ୍ଗୀ ଗୋବିନ୍ଦପୁର ଛକରେ ଏକ ଜଳଖିଆ ଦୋକାନରେ ବସିଥିଲାବେଳେ ଜରିପଡା ପଞ୍ଚାୟତର ସୁଶାନ୍ତ ବେହେରା ଓରଫ ମିଟୁ ବୟସ (୪୦) ଓ ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ଶୁକଦେବପୁର ଗ୍ରାମର ଦିପୁଆ ରାଉତ ବୟସ (୨୦) କିଛି ସହଯୋଗୀଙ୍କ ସହିତ ମିଶି ଆକ୍ରମଣ କରିଥିଲେ। ଏଥିରେ ବିଜ୍ଞାନ ଭୂଷଣ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଦୀପକ ବେହେରା ଗୁରୁତର ଆହତ ହୋଇ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଟାଙ୍ଗି ଥାନା ଅଧିକାରୀ ସୁତିଯ୍ୟ ବିଯ୍ୟଙ୍କ ସହାୟତାରେ ଏହି ମୁଖ୍ୟ ଅଭିଯୁକ୍ତ ମିଟୁ ଓ ଦୀପକ ବେହେରାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଚୁର ହେବାରୁ ଦୁଇଜଣଙ୍କୁ ଚୌଦ୍ୱାର କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡକୁ ନେଇ ଏବେ ଟାଙ୍ଗୀ ସାଲେପୁର ରାଜନୀତି ସରଗରମ ହୋଇଉଠିଛି। ଏହି ଅଭିଯୁକ୍ତ ମାନଙ୍କର ରାଜନୈତିକ ଦଳ ସହିତ ସମ୍ପୃକ୍ତି ଅଛି ବୋଲି ଚର୍ଚ୍ଚା ହେଉଛି। ଏବେ ଟାଙ୍ଗୀ ଅଞ୍ଚଳରେ ବାଲିମାଫିଆଙ୍କର ଗୁଣ୍ଡାରାଜ ବଢିଯାଇଛି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିଗିଡ଼ିଯାଇଛି। ଏସବୁକୁ ରୋକିବାରେ ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ବାରମ୍ବାର ବାଲି ଚୋରାଚାଲାଣ ହେଉଛି ଓ ଖବର ପ୍ରସାରଣ ହେଉଛି କିନ୍ତୁ ପ୍ରଶାସନ ଚୂପ। କେଉଁଠି ନା କେଉଁଠି ପ୍ରଶାସନ କାହା ଚାପର ବଶବର୍ତ୍ତୀ ହୋଇ କୈଣସି ପଦକ୍ଷେପ ନେଉନି ଏହି ବାଲିମାଫିଆଙ୍କ ବିରୁଦ୍ଧରେ। ସେଥିପାଇଁ ଏମାନେ ବେଫିକର ହୋଇ ଏଭଳି ଘଟଣା ସବୁ ଘଟାଉଛନ୍ତି। ଦେଖାଯାଉ ପ୍ରଶାସନ କଣ ସବୁ ପଦକ୍ଷେପ ନେଉଛି ଏ ବିଷୟରେ। ଏବେ ଶାସନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.