Home ଜିଲ୍ଲା ପରିକ୍ରମା ବିରୁଡ଼ାରେ ରାଜସ୍ୱ ରଥର ଶୁଭାରମ୍ଭ

ବିରୁଡ଼ାରେ ରାଜସ୍ୱ ରଥର ଶୁଭାରମ୍ଭ

35

ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ାଠାରେ ମଙ୍ଗଳବାର କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କ ଦ୍ୱାରା ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ଲଗ୍ନଜିତ ରାଉତ, ତହସିଲଦାର ଭିକାରୀ ସାହୁ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର, ବିରୁଡ଼ା ସରପଂଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା, ସମାଜସେବୀ ସଞ୍ଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭାରମ୍ଭ ଦିବସରେ ରାଜସ୍ୱ ରଥ ବିରୁଡ଼ା ପଂଚାୟତ, ବଡ଼ପଣ୍ଡୁସର, ଜହ୍ନିପଦା ପଂଚାୟତ ପରିକ୍ରମା କରିବା ସହିତ କେତେକ ହିତାଧିକାରୀଙ୍କୁ ପଟ୍ଟା ବଂଟନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମନ୍ତ୍ରୀ ଡ.ସାହୁ କ୍ରିଦାଶପୁର ପଂଚାୟତର କ୍ରିଦାଶପୁର, କଂଚନବିଲି, ଜେମାଦେଇପୁର, ଯୌତୁକ ପାଟଣା ଓ କୋଡ଼ିଆ କାହାଣିଆ ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ବୁଝିବା ସହିତ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.