ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆ ଗ୍ରାମର ବିରଂଚି ନାରାୟଣ ମନ୍ଦିର ଟ୍ରଷ୍ଟୀ ମୁଖ୍ୟ ବସନ୍ତ କୁମାର ନାୟକଙ୍କର ଗୁରୁବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସ୍ୱର୍ଗତ ନାୟକ ଦୀର୍ଘଦିନ ହୃଦରୋଗରେ ପିଡ଼ିତ ଥିଲେ। ଗତ ୮ ତାରିଖ ଦିନରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇ ଯାଇଛି। ସେ ଐତିହାସିକ ବିରଂଚି ନାରାୟଣ ଟ୍ରଷ୍ଟର ମୁଖ୍ୟ ଭାବେ ଦୀର୍ଘଦିନ ଧରି ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ତାଙ୍କ ଉଦ୍ୟମରେ ବିରଂଚି ନାରାୟଣ ମନ୍ଦିରର ବିକାଶ ହେବା ସହିତ ଏକ ଯାତ୍ରୀ ନିବାସ ନିର୍ମାଣ ହୋଇଥିଲା। ସେ ୧୯୮୪-୮୯ ଓ ୧୯୯୨-୯୫ରେ ୨ଥର ପାଳିଆବିନ୍ଧା ପଂଚାୟତରେ ସରପଂଚ ଭାବେ ନିର୍ବାଚିତ ହୋଇ ପଂଚାୟତର ବହୁବିଧ ଉନ୍ନତି କରିଥିଲେ। ଓଡ଼ିଶା ନାରିକେଳ ନିଗମର ଅଧ୍ୟକ୍ଷ ଥିଲେ। କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ମୁଖ୍ୟ ଉପଦେଷ୍ଟା ଥିବା ସହିତ ପାଳିଆବିନ୍ଧା ବିରଂଚି ନାରାୟଣ କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସ୍ୱର୍ଗତ ନାୟକ ‘ସମୟ ଦର୍ପଣରେ ବିରଂଚି ନାରାୟଣ ପୀଠ’ ନାମକ ଏକ ପୁସ୍ତକ ରଚନା କରିବା ସଂଗେ ସଂଗେ ତିହିଡ଼ି ଅଂଚଳର ବିଭିନ୍ନ ସାହିତ୍ୟ ଓ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ଧାମନଗର ବିଜେଡି ନେତା ଡା. ସଂଜୟ କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବରିଷ୍ଠ ବିଜେଡି ନେତା ଅଶୋକ ବଳ, ଅଶୋକ ନାୟକ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ, ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ଜିଲା ସଭାପତି ପ୍ରମୋଦ ରାୟ , ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲାପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ବିଏନଏମ କଲେଜ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା, ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ବିଶ୍ୱରଂଜନ ଦାସ, ଗୋବିନ୍ଦ ଚନ୍ଦ୍ର ବାଗ, ବରିଷ୍ଠ କବି ହୃଦାନନ୍ଦ ପାଣିଗ୍ରାହୀ, ସରପଂଚ ଯଶୋଦା ମଲ୍ଲିକ, ଶୁଭ୍ରନାରାୟଣ ସେଠୀ, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ଶୁକଦେବ ମଲିକ, ଅମୀୟ ମଲ୍ଲିକ, ପୂର୍ବତନ ସରପଂଚ ହରେକୃଷ୍ଣ ଜେନା, ପ୍ରଦୀପ ପଣ୍ଡା, କୀର୍ତନ ରାଉତ, ମିନତୀଲତା ଦାସ, ଶଶଧର ସାମଲ, ପ୍ରତାପ ଜେନା, ବିଶ୍ୱରଂଜନ ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ନବକିଶୋର ମଲ୍ଲିକ, ଭରତ ସାହୁ, ସରୋଜ ଦାସ, ପ୍ରବୀର ନାୟକ, ଉତମ ମହାପାତ୍ର, ଅମର ମଲିକ, ଦୁଷ୍ମନ୍ତ ନାୟକ, ଉମାକାନ୍ତ ସେଠୀ, ହିମାଂଶୁ ନାୟକ, ତାପସ ଦାସ, ସୂର୍ଯ୍ୟନାରାୟଣ ଭୋଇ, ନିତ୍ୟାନନ୍ଦ ବେହେରା, ଆଇନ୍ଜୀବୀ ଅତିଶ ବେହେରା, ରୂପକ ରାୟ ପ୍ରମୁଖ ତାଙ୍କ ଶବାଧାରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମର ଶରୀରକୁ ପାଳିଆବିନ୍ଧା କଲେଜ ଠାରୁ ଏକ ଶୋଭାଯାତ୍ରାରେ ନିଆଯାଇ ବିଜୟାନନ୍ଦ କ୍ଲବ, ବିରଂଚି ନାରାୟଣ ମନ୍ଦିର ଓ ପଂଚାୟତ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ବାସଭବନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ଗୌତମ ନାୟକ ମୁଖାଗ୍ନି ଦେଇଥିଲେ। ଶେଷ କୃତ୍ୟ ସମୟରେ ତାଙ୍କ ବୋହୂ ପୂର୍ବତନ ସରପଂଚ ଅର୍ଚ୍ଚନା ନାୟକ, ପୁଅ ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକଙ୍କ ସମେତ ପରିବାରବର୍ଗ, ଆତ୍ମୀୟ ସ୍ୱଜନ, ଗ୍ରାମବାସୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ‘ନିତିଦିନ’ର ମୁଖ୍ୟ ସମ୍ପାଦକ ମନୋଜ କୁମାର ମହାପାତ୍ର, ତିହିଡ଼ି ଲେଖକ ସାମ୍ମୁଖ୍ୟ ସଭାପତି ଭଗବାନ ଚନ୍ଦ୍ର ନାୟକ, ଆଇନଜୀବୀ ଚିନ୍ତାମଣି ଦାସ, ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ବିଜେଡି ଜିଲା ସମ୍ପାଦକ କମଳାକାନ୍ତ ଲେଙ୍କା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।








