Home ଜିଲ୍ଲା ପରିକ୍ରମା ବିଭିନ୍ନ ସ୍ଥାନରେ ଅଳିଆ ଗଦା, ବର୍ଜ୍ୟବସ୍ତୁର ସୁପରିଚାଳନା କେବଳ କୁଣ୍ଡ ଓ ଗୃହରେ ରହିଛି ସୀମିତ

ବିଭିନ୍ନ ସ୍ଥାନରେ ଅଳିଆ ଗଦା, ବର୍ଜ୍ୟବସ୍ତୁର ସୁପରିଚାଳନା କେବଳ କୁଣ୍ଡ ଓ ଗୃହରେ ରହିଛି ସୀମିତ

66

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ଜୀବନ ଓ ସ୍ୱଚ୍ଛ ପରିବେଶ ପାଇଁ ଉପଯୁକ୍ତ ପରିମଳ ବ୍ୟବସ୍ଥା ଏକାନ୍ତ ପ୍ରୟୋଜନ । ଏହାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ସାରା ରାଜ୍ୟରେ ସ୍ୱଚ୍ଛଭାରତ ଅଭିଯାନ ଚଳାଇବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଯୋଜନା ର ସୁଫଳ ପାଇଁ ପଂଚାୟତ ଓ ଗ୍ରାମ୍ୟ ଗୁଡ଼ିକୁ ଚିହ୍ନଟ କରାଯାଇ ନିର୍ମଳ ଗ୍ରାମ୍ୟ ପୁରସ୍କାର ପ୍ରଦାନ କରିବାର ସୁ ବ୍ୟବସ୍ଥା ହୋଇଛି । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାନ୍ଥ ମାନଙ୍କରେ ସଚେତନତାର ବାର୍ତ୍ତା ପାଇଁ ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଜନସଂଖ୍ୟାର ଅଭିବୃଦ୍ଧି ଯୋଗୁଁ ଦିନକୁ ଦିନ ବହୁମାତ୍ରାରେ ପ୍ଲାଷ୍ଟିକ ସହ ବିଭିନ୍ନ କଠିନ ବର୍ଜ୍ୟ ବସ୍ତୁ୍‌ୁର ବ୍ୟାପକ ବ୍ୟବହାର ହୋଉଛି । ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ଏହାର ବ୍ୟାପକ ବ୍ୟାବହାର ଯୋଗୁଁ ପରିବେଶ ପ୍ରଦୃଷିତ ସହ ମୃର୍ତ୍ତିକା କ୍ଷୟ ଆଜି ବିପଦ ଆଡ଼କୁ ଗତି କରିଛି ।ଏହାର ବ୍ୟବହାର କମ୍ ସହ ଏହାକୁ ଏଣେ ତେଣେ ନପକାଇ ନିର୍ଦ୍ଦିିଷ୍ଠ ସ୍ଥାନରେ ପକାଯିବାର ବ୍ୟବସ୍ଥା ହୋଇଛି । ଏହାର ସୁବିନିଯୋଗ ପାଇଁ ବନ୍ତ ବ୍ଳକର ରାମଚନ୍ଦ୍ର ପୁର ପଂଚାୟତରେ ଜନସଚେତନତା ସୃଷ୍ଟି ସହ ଏକ ନିର୍ଦ୍ଦିଷ୍ଠ ସ୍ଥାନରେ ପକାଇ ଏହାର ସୁ ବିନିଯୋଗ ପାଇଁ ପ୍ରଦକ୍ଷେପ ନିଆଯାଇଥିଲା । ଏହାକୁ ନେଇ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଗ୍ରାମବାସୀଙ୍କୁ ନେଇ କମିଟି ଗଠନ ସହ ଜନସଚେତନତା କରାଯାଇ ବିହିତ ପଦକ୍ଷେପ ପାଇଁ ଯୋଜନା ହୋଇ ଥିଲା । ଏହାକୁ ନେଇ ସରକାରୀ ଅର୍ଥ ବ୍ୟୟରେ ରାମଚନ୍ଦ୍ରପୁର ପଂଚାୟତ ପାଶ୍ୱର୍ରେ ତିନିଗୋଟି ନନ୍ଦ ସ୍ଥାପନ କରାଯିବା ସହ ନିମପଡ଼ା ଗ୍ରାମ ପାଶ୍ୱର୍ରେ ବସ୍ତୁର ସୁପରିଚାଳନା ପାଇଁ ଗୃହ ନିର୍ମାଣ କରାଯାଇଛି ।

ହେଲେ ତାହା ବ୍ୟବହାର ନହୋଇ କେବଳ କିଛି କୁଣ୍ଡ ଓ ଗୃହ ମଧ୍ୟରେ ସୀମିତ ଥିବାର ଦୃଶ୍ୟମାନ ହୋଇଛି ।ଅନ୍ୟପକ୍ଷରେ ସେହି ଚିରାଚରିତ ଭାବରେ ଦୋକାନ ବଜାର ପାର୍ଶ୍ୱରେ ପ୍ଲାଷ୍ଟିକ ସହ ବିଭିନ୍ନ କଠିନ ବର୍ଜ୍ୟର୍ବସ୍ତୁ ପଡ଼ିଥିବାର ଦେଖାଯାଉଛି । କୁଣ୍ଡ ଗୁଡ଼ିକ ଶୁନ୍ୟପଡ଼ିଥିବା ବେଳେ ରାସ୍ତାପାଶ୍ୱର୍,ଗ୍ରାମ୍ୟ ମଧ୍ୟରେ ଅଳିଆ ଗଦା ଦେଖିବାକୁ ମିଳୁଛି । ଏହାର ସୁପରିଚାଳନା ଯୋପରି କେବଳ ଯୋଜନାରେ ସୀମିତ ରହିଥିବାର କୁହା ଯାଉଛି । ବର୍ତମାନ ଗ୍ରାମଂଚଳରେ ମେଲେରିଆ,ଡ଼େଙ୍ଗୁପରି ପରି ମାରାତ୍ମକ ମଶାଙ୍କ ପାଦୃଭାବରୁ ମୁକ୍ତିପାଇଁ ଗ୍ରାମମାନଙ୍କରେ ଥିବା ନାଳ ନର୍ଦ୍ଦମାକୁ ପରିଷ୍କାର ପରିଛନ୍ନ କରିବା ବ୍ଲିଚିଂପାଉଡ଼ର ଓ କୀଟନାଶକ ଔଷଧ ସଂଚନ ର ବ୍ୟାବସ୍ଥା କରାଯିବାର ଥିବା ବଳେ ତାହା ହୋଇ ପାରିନି । ଏହି କାର୍ଯ୍ୟ ପାଇଁ ଉକ୍ତ ଗ୍ରାମ କଲ୍ୟାଣ ସମିତି ମାନ ଗଠନ କରାଯାଇ ଉକ୍ତ ଗ୍ରାମଗୁଡ଼ିକୁ ବାର୍ଷିକ ସରକାରୀ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ହେଲେ ଏହାର ସୁଫଳ ମିଳିପାରୁନଥିବାର ଅଭିଯୋଗ ହେଉଛି । ଅଳିଆ ଆବର୍ଜ୍ଜନା ଯୋଗୁଁ ସଂଧ୍ୟା ହେବା ମାତ୍ରେ ମାରାତ୍ମକ ମଶାଙ୍କର ପାଦୃଭାବ ଦେଖାଯାଉଛି । ଉକ୍ତ କାର୍ଯ୍ୟକୁ ସୁଚାରୁରୁପେ ସଂପାଦନ ଓ ତଦାରଖ କରାଯିବା ପାଇଁ କମିଟି ଗଠନ ହୋଇଥିଲେ ମଧ୍ୟ ତାହାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସରକାରଙ୍କର ଏହା ଏକ ମହତ ଯୋଜନା ଭାବେ କାର୍ଯ୍ୟକାରୀ କରିଥିବା ବେଳେ ତାହା ର ସୁଧାର ଆସୁନି । ସରକାରଙ୍କର ମହତ ଯୋଜନା କୁ ବାସ୍ତବାତାରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.