Home ଓଡ଼ିଶା ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଏହି ଫୁଲ

ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଏହି ଫୁଲ

1456

ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜିକାଲିର ପ୍ରଦୂଷଣ ଏବଂ ବିଷାକ୍ତ ଖାଦ୍ୟପଦାର୍ଥ ଯୋଗୁଁ ମଣିଷ ଶରୀରରେ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଆଜିକାଲି ଅନେକ ଲୋକଙ୍କୁ କ୍ୟାନସର ହେଉଥିବା ଖବର ଆମ ସାମ୍ନାକୁ ଆସୁଛି। ଯଦି ଆପଣ ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଦାରୁହରିଦ୍ରା ସେବନ ଆପଣଙ୍କ ଏଥିରେ ମୁକ୍ତି ଦେଇପାରିବ। ଆସନ୍ତୁ ଜାଣିନେବା ଏଥିରେ କ’ଣ ରହିଛି ଆୟୁର୍ବେଦୀୟ ଗୁଣ:

-ଦାରୁହରିଦ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି। କ୍ୟାନସର ପୀଡିତ ବ୍ୟକ୍ତି ଏହା ସହ ହଳଦୀ ମିଶାଇ ଖାଇବା ଉଚିତ। ଖାଇବା ଦ୍ୱାରା ଅନେକ ମାତ୍ରାରେ କ୍ୟାନସରକୁ କମ୍‌ କରିପାରିବେ।

-ବ୍ରଣ, ଘା’, ଅଲସରକୁ ଭଲ କରିବାକୁ ହେଲେ ଦାରୁହରିଦ୍ରା ବ୍ୟବହାର କରନ୍ତୁ। ଏହାର ଉପଚାର ପାଇଁ ଏହାକୁ ପେଷ୍ଟ କରି ତ୍ୱଚାରେ ଲଗାନ୍ତୁ।

– ଜ୍ୱର ହୋଇଥିଲେ ଏହାର ଛେଲି ଏବଂ ଚେରକୁ ମିଶାଇ ଏକ ପ୍ରକାର କାଢା ପ୍ରସ୍ତୁତ କରି ଦୁଥର ପିଅନ୍ତୁ। ଖୁବଶୀଘ୍ର ଜ୍ୱରରୁ ଉପଶମ ମିଳିବ।

-ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ପଫ୍ଲାମେଣ୍ଟାରୀ ଗୁଣ ରହିଛି। ଏହାକୁ ହଳଦୀ ସହିତ ମିଶାଇ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାର ବ୍ୟବହାର ମଧ୍ୟ ଗଣ୍ଠି ଦରଜ ଦୂର କରିଥାଏ।

-ଲ୍ୟୁକୋରିଆ ଏବଂ ମେନୋରିଜିଆ ଭଳି ରୋଗ ସମସ୍ୟା ଦୂର କରିବା ପାଇଁ ଏହାର ରସ ପିଇବା ଲାଭକାରୀ ଅଟେ।

-କାନବିନ୍ଧା ହେଲେ ଏହାର ରସର ଦୁଇ ଟୋପା କାନରେ ପକାନ୍ତୁ। ଏହାଦ୍ୱାରା ଆରାମ ମିଳିଥାଏ।

– ଏହାର ସେବନ କରିବା ଦ୍ୱାରା ପେଟ ଜନିତ ସଂକ୍ରମଣରୁ ରକ୍ଷା ମିଳିଥାଏ। ତରଳ ଝାଡା ଏବଂ ଅନ୍ୟ ପେଟଜନିତ ସମସ୍ୟା ଦୂର ହୋଇଥାଏ।

– କୋଷ୍ଠକାଠିନ୍ୟତା ରହିଥିଲେ, ଏହାର ଛେଲିକୁ ଗୁଣ୍ଡ କରି ପ୍ରତିଦିନ ଖାଇବା ଉଚିତ। ଏପରି ନିୟମିତ ସେବନ କଲେ ଏଥିରୁ ମୁକ୍ତି ମିଳିପାରିବ।

– ଏହି ଗଛର ଫଳ ରକ୍ତରେ ଶର୍କରା କମ୍‌ କରିବାର କ୍ଷମତା ରଖିଥାଏ। ଏହାକୁ ଖାଇବା ଦ୍ୱାରା ଡାଇବେଟିସ ଭଳି ରୋଗରୁ ଉପଶମ ମିଳିଥାଏ।

– ଏହାଛଡା ଆଖି ସଂକ୍ରମଣ ଦୂର କରିବା ପାଇଁ ଏହାର ବେଶ ପ୍ରଭାବ ରହିଛି। ଏଥିରୁ ବଞ୍ଚିବା ପାଇଁ ଦାରୁହରିଦ୍ରା ସହିତ ଲହୁଣୀ, ଦହି ମିଶାଇ ଆଖି ଚାରିପଟେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.