Home କେନ୍ଦୁଝର ବିଭିନ୍ନ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ପାଳିତ

ବିଭିନ୍ନ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ପାଳିତ

45

ହାଟଡ଼ିହି, ୨୬/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଟଡିହି ପଞ୍ଚାୟତରେ ସରପଞ୍ଚ ଅନୁସୁୟା ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧି୍‌ତ କରିଥିଲେ । ଏଥିରେ ସମିତିସଭ୍ୟା କୁମୁଦୁନୀ ଜେନା, ସମାଜସେବୀ କଳ୍ପତରୁ ସେଠୀ, ପିଇଓ ଶରତ କୁମାର ବେଜ, ନାଏବ ସରପଞ୍ଚ ମଧୁସୁଦନ ଘଡେଇଙ୍କ ସମେତ ସମସ୍ତ ୱାର୍ଡସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସେହିପରି ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ବିଶ୍ୱାଧର ବିଶ୍ୱାଳ ଜାତୀୟ ପତ୍ତାକା ଉତ୍ତୋଳନ କରି ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ଓ ଜନସାଧାରଣ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଉତ୍ସବରେ ପୁର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ନାଏବ ସରପଞ୍ଚ ଟୁକୁ ନାୟକ, ୱାର୍ଡସଭ୍ୟ ପ୍ରହଲାଦ ଦାସ, ସୁବାସିନି ବିଶ୍ୱାଳ, ସଞ୍ଜୁକ୍ତା ଯେନା, ରୁକ୍ମଣୀ ଯେନା, ଦିପ୍ତୀମୟୀ ସ୍ୱାଇଁ, ଗଣନାଥ ଦେହୁରୀ, ସୁକାନ୍ତୀ ଯେନା, ଅର୍ଜୁନ ଯେନା, ସୁକାନ୍ତୀ ନାୟକ, ଚଞ୍ଚଳା ଜେନା, ବିଦ୍ୟୁତଲତା ଦାସ, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସହକାରୀ ଶିକ୍ଷକ ନବ କିଶୋର ବିଶ୍ୱାଳ, ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା ପ୍ରମୁଖ ଯୋଗ ଦେଇଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୋଦଣ୍ଡଧର ପଣ୍ଡା, ଉଦୟନାଥ ବାରିକ, ରବିନ୍ଦ୍ର କୁମାର ପାତ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସଢ଼ାରେ ସରପଞ୍ଚ ଜୟନ୍ତୀ ସାମଲ, ବଞ୍ଚୋରେ ସରପଞ୍ଚ ଚମ୍ପାବତୀ ପୁହାଣ, ଅକରୁଆରେ ସରପଞ୍ଚ କୌଶଲ୍ୟା ସେଠୀ, ଶାଳଣିଆଁରେ ସରପଞ୍ଚ ଶ୍ରୀଧର ବେହେରା, ପଞ୍ଚୁଗୋଛିଆ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଜାନକୀ ଓଝା, ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ଅନିରୁଦ୍ଧ ବେହେରା, ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ କାବେରୀ ସାହୁ, ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ରାଉତ, ଗେଡମାରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.