ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାମନବିନ୍ଦା,ହରିସିଂହପୁର, ପଲାସପୁର, ଜଲେଶୂରପୁର, ମତୋ, ଗୋବିନ୍ଦପୁର, ଚାନ୍ଦବାଲି ଓ ତେନ୍ତୁଲିଡିହି ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଧାନମଣ୍ଡୀ ପରିଦର୍ଶନ ସମୟ ରେ ଧାନ କୁଇଂଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଉପସ୍ଥିତ ଚାଷୀ ମାନେ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ। ମୋହନ ଚରଣ ମାଝି ସରକାର ଓଡ଼ିଶା ରେ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯେଉଁଁ ମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ଯେଉଁ ଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଙ୍କୁ ଅପରାହ୍ନ ୫ ଘଟିକା ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଭଦ୍ରକ ଜିଲ୍ଲା ରେ ଧାନମଣ୍ଡୀ ଓ ଧାନ କିଣା କାରବାର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏବଂ ଧାନ ସଂଗ୍ରହ ଅଭିଯାନ ରେ ବାଧା ସୃଷ୍ଟି କାରୀ ମିଲର ଓ କର୍ମଚାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ତତସହିତ ମିଲର ମାନେ ଧାନ ପରିବହନ ପାଇଁ ଗାଡି ଯୋଗାଇବାରେ ବାଧାସୃଷ୍ଟି କରୁଥିବାରୁ ଭଦ୍ରକ ଜିଲ୍ଲାରେ ଧାନ କିଣା କାରବାରରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହେଇ ଚାଷୀ ମାନେ ହଇରାଣ ହରକତ ହେଉଥିବା ରାଜ୍ୟ ସଭାପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଧାନମଣ୍ଡି ପରିଦର୍ଶନ ସମୟ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଜିତେନ୍ଦ୍ର କୁମାର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଉପେନ୍ଦ୍ର ରାଉଲ, ଶକଂର୍ଶଣ ଜେନା, ମଗଂରାଜ ନାୟକ, ବିଜୟ କୁମାର ବେହେରା, ବୁନୁ ମହାନ୍ତି, ଲକ୍ଷ୍ମୀଧର ସେନାପତି, ମଳୟ କୁମାର ରାୟ, ରାଜୁ ଦାସ, ରତିକାନ୍ତ ନାୟକ, ରତିକାନ୍ତ ବେହେରା, ପାସୁରୀ ରାଉତ, ତ୍ରିଲୋଚନ ବେହେରା, ରୂପକ ବଳ, ସଂଗ୍ରାମ ମହାନ୍ତି, ରାଜେନ୍ଦ୍ର କୁମାର ଦାସ, ଅଜୟ କୁମାର ମହାନ୍ତି, ଦେବେନ୍ଦ୍ର ବେହେରା, ପଦ୍ମନାଭ ଦାସ, ପ୍ରଶାନ୍ତ କୁମାର ମାଝୀ, ଦୈତାରୀ ଦାସ, ଗୋଲାମ୍ ବେହେରା ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଓ ଚାଷୀ ଉପସ୍ଥିତ ଥିଲେ।