ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱଂୟଶାସିତ ମହାବିଦ୨୦ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କର ଏକ ପ୍ରତିନିଧି ଦଳ ଏବିଭିପି, ଭଦ୍ରକ ନଗରର ସମ୍ପାଦକ ତଥା ଭଦ୍ରକ କଲେଜର ଛାତ୍ର ନେତା ଓଁକାର ମହାନ୍ତିଙ୍କ ନେତୃତ୍ୱରେ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ସାକ୍ଷାତ କରି ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କର ସୁବିଧା ସୁଯୋଗ ବିଶେଷ କରି ହଷ୍ଟେଲ ଆଡ଼ମିଶନ ଫି ଛାଡ଼, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଭାବେ ପ୍ରସ୍ତୁତ ହୋଇଥିବା ବହି ଲାଇବ୍ରେରୀରେ ମହଜୁଦ ରହିବା, ହୁଇଲ୍ ଚେୟାର, ଭିନ୍ନକ୍ଷମ ଟୟଲେଟ ଆଦି ଅନେକ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବି ମଧ୍ୟରେ ହଷ୍ଟେଲ ଫି ଛାଡ଼କୁ ନେଇ ଜିଲ୍ଲାପାଳ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏହି ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ଭଦ୍ରକ କଲେଜର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ହରେକୃଷ୍ଣ ସାହୁ, ଅଜୟ କୁମାର ପ୍ରଧାନ, ପ୍ରଭାକର ନାୟକ, ମାନସ ଘୋଡ଼େଇ ଏବଂ ଏବିଭିପି ଭଦ୍ରକ ଜିଲ୍ଲାର ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜ୍ୟୋତି ପ୍ରକାଶ ସାହୁ, ଶୁଭମ୍ ରାଉତ, ଗୋପୀ କ୍ରିଷ୍ଣା ବାରିକ, କାହ୍ନା ପ୍ରସାଦ ଖୁଂଟିଆ, ସାଇ ସିଦ୍ଧାର୍ଥ ମହାନ୍ତି, କାହ୍ନା ଜେନା, ମନୋରଞ୍ଜନ ମହାନ୍ତି, ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।








