Home ଜିଲ୍ଲା ପରିକ୍ରମା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ସୀତାଂଶୁ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ସୀତାଂଶୁ

9

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପ୍ରଗତି ଓ ପ୍ରଭାବ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏବଂ ଆଗାମୀ କାର୍ଯ୍ୟପନ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ନିମନ୍ତେ କ୍ଷେତ୍ର ପରିଦର୍ଶନ କରି ସେଗୁଡିକ ତ୍ୱରିତ ସଂପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି। ଅନୁରୂପ ବିଧାୟକ ଶ୍ରୀ ମହାପାତ୍ର ପୌରପାଳିକା ୱାର୍ଡ୍ ନମ୍ବର ୬ ସ୍ଥିତ ଶ୍ରୀ ଗୋପାଳ ଜିଉ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କେବଳ ଗଛ ଲଗାଇବାରେ ସୀମିତ ନୁହେଁ ବରଂ ଏହା ପ୍ରକୃତି ସହିତ ଆମ ନିଜ ମୂଳ ମାନବୀୟ ସମ୍ପର୍କ ଉପରେ ଏକ ନୂଆ ପ୍ରତିଶ୍ରୁତି । ଏବଂ ପ୍ରତିଟି ଗଛ ହେଉଛି ଆଗାମୀ ପିଢି ପାଇଁ ଜୀବନ ଓ ନିଶ୍ୱାସର ଦାନ ବୋଲି କହିଛନ୍ତି। ଏହି କାର୍ଯ୍ରକ୍ରମରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ ଓ ଉପଜିଲାପାଳ ସୌରଭ ଚକ୍ରବର୍ତୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.