ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବଳିପୁର, ଖପୁରିଆପଦା, ବାହାଦୂଲନଗର, ନେରଡା ଆଦି ଗ୍ରାମରେ ଶିବାର ଠାରୁ କୁରାଳ ପଞ୍ଚମୀ ଅନୁଷ୍ଠିତ ହେଉଛି । ମାର୍ଗଶିର ମାସ ମକର ରାଶି ଶ୍ରବଣ ପଞ୍ଚମୀ ତିଥିରେ ଚକ୍ରଧାରୀଙ୍କ ପୂଜା ଆରାଧନା କରାଯାଇଥାଏ । କୁମ୍ଭକାର ସମ୍ପ୍ରଦାୟଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ ମୁତ୍ତିକା ନିର୍ମିତ ଚକ୍ର ଆଦିର ପୂଜାର୍ଚ୍ଚନା କରାଯାଇ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହେଉଛି । ଏହି କୌଳିକ ବୃତ୍ତିଧାରୀମାନେ ନିର୍ମାଣ ସରଞ୍ଜାମ ବା ଉପକରଣ ପୂଜା କରିବା ସହ ତିନି ଦିନ ପର୍ଯ୍ୟନ୍ତ ଅବସର ନେଇଥାନ୍ତି । ସମ୍ପ୍ରଦାୟଙ୍କ ପକ୍ଷରୁ ନବବସ୍ତ୍ର ପରିଧାନ ସହ ପିଠାପଣା କରାଯାଇ ଅତିଥି ଅଭ୍ୟାଗଙ୍କୁ ଆପ୍ୟାୟିତ କରାଯାଇଛି । ବିଭିନ୍ନ ଗ୍ରାମରେ ସାମୁହିକ ଭାବେ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାଆରାଧନା କରାଯାଉଛି । ବିଜୟ କୁମାର ସାହୁ, ବସନ୍ତ କୁମାର ସାହୁ, ଜଗନ୍ନାଥ ରଣା, ଦନେଇ ସାହୁ ବିଦ୍ୟାଧର ସାହୁ, ନାରାୟଣ ବେହେରା, ବାବାଜି ସାହୁ ପ୍ରମୁଖ ବିଭିନ୍ନ ଅଞ୍ଚଳରେ ପୂଜାର ନେତୃତ୍ୱ ନେଉଛନ୍ତି ।