ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟୋକ ନ ଧାରୀ ଙ୍କ ପାଇଁ ଅତିରିକ୍ତ ସାତ ଦିନ ସମୟ ସରକାର ନିଜ ଆଡୁବଡ଼ାଇ ଥିଲେ ମଧ୍ୟ ଜିଲ୍ଲ।କୁ ମିଳି ଥିବା ଅତିରିକ୍ତ ଟାର୍ଗେଟ କୁ ଦେବାକୁ ମିଲ ର ଙ୍କ ଅଭାବ ଜନିତ ସମସ୍ୟା ରେ ଜର୍ଜରିତ ଥିବା ପ୍ରଶାସନ ଶେଷ ମୁହୂର୍ତ ରେ ବିଭାଗୀୟ ଗାଣିତିକ ତ୍ରୁଟି ପାଇଁ ଗତ ୭ତାରିଖ ରାତି ୯.୩୦ରେ ଅଧିକ ଆବଶ୍ୟକତା ଥିବାସତ୍ୱେ ମାତ୍ର ୨୦୦କ୍ୱିଂଟାଲ ଟାର୍ଗେଟ ପଠାଇଲେ। ହାତ ରେ ଥିଲା ମାତ୍ର ୨ଘଂଟା, ଟୋ କ ନ ଲା ପ୍ସ ହେବାକୁ । ଧାନ ପୁର୍ବ ରୁ ମିଲ କୁ ଯାଇ ସାରିଥିବା ତିନି ଚାଷୀ ଆଖି ସ୍କାନ ଦେଇ ଥିଲେ, ହେଲେ ମଣ୍ଡି ଟାର୍ଗେଟ ପୂରଣ କରି ସାରିଛି ବୋଲି କମ୍ପ୍ୟୁଟର ଉପରେ ଲେଖା ଆସିଲା। ଏନେଇ ମଣ୍ଡି ତରଫ ରୁ ଏ ମ, ଆଇ ହିମାଂଶୁ ଦାସ ଙ୍କ ମାଧ୍ୟମ ରେ ଏହି ଅସୁବିଧା ବିଭାଗ କୁ ଜଣାଇ ଦିଆ ଗଲା, ସେ ଜିଲ୍ଲା କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଏ, ଡି, ଏ ମ ଓ ଜିଲ୍ଲା ଯୋଗାଣ ଅଧିକାରି ସହ ତୁରନ୍ତ ଆଲୋଚନ କରି ଗାଣିତିକ ତ୍ରୁଟି ସଜାଡି ଏକ ଘଂଟା ଅପେକ୍ଷା କଲେ ଶୋ କରିବ ବୋଲି କହି ଥିଲେ। ହେଲେ ଏହି ଓମ ବାବା ମଣି ଏସ, ଏ ଚ, ଜି ରେ ୧୦ଚାଷୀ ରାତି ୧୨ଟା ପର୍ଯ୍ୟନ୍ତ ବସି ରହି ଥିଲେ ମଧ୍ୟ ଆସି ଥିବା ଟାର୍ଗେଟ ଶୋ କଲା ନାହିଁ, ତେଣୁ ଧାନ ବିକ୍ରୀ ରୁ ବଂଚିତ ହେଲେ ଏହି ଚାଷୀ। ଚାଷୀ ଙ୍କ ପକ୍ଷ ରୁ ରେବଗାଁ ର ୩୪କ୍ୱିଂଟାଲ ଟୋକନ ଧାରୀ ଶ୍ୟାସୁନ୍ଦର ମହାପାତ୍ର, ବନ ସାହି ଗାଁ ର୩୦କ୍ୱିଂଟାଲ ଥିବା ମନୋରଞ୍ଜନ ଜେନା, ୪୭କ୍ୱିଂଟାଲ ହରାଇଥିବାହ।ଟଡି ହ ଗାଁ ନବ କିଶୋର ମହାପାତ୍ର ପ୍ରମୁଖ ଏ, ଡି ଏ ମ ବି,ଦତ ଙ୍କୁ ଭେଟି ଏହା ବିଭାଗୀୟ ତୃଟି ଜାଣିଲା ପରେ ଜିଲ୍ଲା ପାଲ ଙ୍କୁ ଲିଖିତ ଭାବେ ଦେଇ ବିକ୍ରୀ ର ସୁବିଧା କରାଇବାକୁ ଜଣାଇଛନ୍ତି, ଅନ୍ୟଥା ଅଦାଲତ ର ଆଶ୍ରୟ ନେବାକୁ ମଧ୍ୟ ଜଣାଇଛନ୍ତି। ଏହି ଘଟଣା ସରକାରୀ ଧାନ କିଣା ର ତ୍ରୁଟି କୁ ସାମ୍ନା କୁ ଆଣିଛି। ଜିଲ୍ଲା ଯୋଗାଣ ଅଧିକାରି ମନ ମୋହନ ପଟ୍ଟ ନାୟକ ଏ ବିଷୟ ରେ ଆମେ ସୂଚିତ ଅଛୁ, ଆଉ କିଛି ହୋଇ ପାରିବ ନାହିଁ ବୋଲି କହି ତର ବରିଆ ଭାବେ ନିଜ କାର୍ଯାଳୟ ଛାଡିଥିଲେ।








