Home ଜିଲ୍ଲା ପରିକ୍ରମା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା,ଅଧପନ୍ତରିଆ କାମରେ ଅତିଷ୍ଠ ଗ୍ରାମବାସୀ

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା,ଅଧପନ୍ତରିଆ କାମରେ ଅତିଷ୍ଠ ଗ୍ରାମବାସୀ

1

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଅଂଚଳରେ ଚାଲିଥିବା (ନଳାଙ୍ଗ ଠାରୁ ବେତରା )ରାସ୍ତା କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଥିବା ସଲାସୁତୁରା ଯୋଗୁଁ ଟେଣ୍ଡର ଅବଧି ଶେଷ ହୋଇଥିଲେ ମଧ୍ୟ କାମ ସରିବାର ନାଁ ଧରୁନି। ଫଳରେ ଯାତାୟାତ ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧପନ୍ତରିଆ ରାସ୍ତାରେ ମେଟାଲ ଓ ବାଲି ପଡ଼ି ରହିଥିବାରୁ ଦୈନନ୍ଦିନ ଅନେକ ଲୋକ ଖଣ୍ଡିଆ ଖାବରା ହେଉଛନ୍ତି। ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅଂଚଳର ପ୍ରସିଦ୍ଧ ଐତିହାସିକ ଶ୍ରୀରାମ ନଗର ଶୋଭାଯାତ୍ରା ସମୟ ପାଖେଇ ଆସୁଛି। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଥିବାବେଳେ, ବିପର୍ଯ୍ୟସ୍ତ ରାସ୍ତା ଏବେ ଚିନ୍ତାର କାରଣ ସାଜିଛି। ଯଦି ଶୋଭାଯାତ୍ରା ପୂର୍ବରୁ ରାସ୍ତା ମରାମତି କାମ ସମ୍ପୂର୍ଣ୍ଣ ନହୁଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.