Home କେନ୍ଦୁଝର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହାଟଡିହି-ସମଣା ରାସ୍ତା ଅଧାପନ୍ତରିଆ,ଯାତ୍ରୀ ହିନସ୍ଥା

ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହାଟଡିହି-ସମଣା ରାସ୍ତା ଅଧାପନ୍ତରିଆ,ଯାତ୍ରୀ ହିନସ୍ଥା

56

ହାଟଡିହି, ୨୯ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି-ସମଣା ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ପକାଇ ଦେଇଥିବାବେଳେ ଯାତ୍ରୀମାନେ ହିନସ୍ଥା ହେଉଛନ୍ତି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇ ବସିଥିବାରୁ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଦୁଖଃ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଗତ ଦୁଇବର୍ଷ ତଳେ ରମ୍ପାସ ଠାରୁ ସମଣା ପର‌୍ୟ୍ୟନ୍ତ ରାସ୍ତା ନିର୍ମାଣଲାଗି ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେବାପରେ ଠିକାଦାର ରାସ୍ତା ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିଥିଲା । ପୁର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତା ନିର୍ମାଣବେଳେ ଠିକାଦାର ସିମିଳିଆ ନିକଟରେ ତିନିଶହ ମିଟର ଓ ବାହାରିପୁର ଠାରୁ ସମଣା ପର‌୍ୟ୍ୟନ୍ତ ରାସ୍ତା କାମ କରିନଥିଲା । ଫଳରେ ଏହି ରାସ୍ତା ଉପରେ ଭାରିଯାନ ଚଳାଚଳ କରିବା ଦ୍ୱାରା ସିମିଳିଆ ନିକଟରେ ରାସ୍ତାଟି ଏପରି ହୋଇଛି ଯେ ନିଜ ଆଖିରେ ନଦେଖିଲେ କେହି ବିଶ୍ୱାଷ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ରାସ୍ତା ଉପରଦେଇ ସାଇକେଲ ଟିଏ ମଧ୍ୟ ଯାଇ ପାରୁନି । ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହେଉଥିବା ଜଣାଯାଇଛି । ଏହି ରାସ୍ତାଦେଇ ଚାଲୁôତବା ଯାତ୍ରୀବାହୀ ଜାନ ଗୁଡିକ ମଧ୍ୟ ଏହି ରାସ୍ତା ପାଇଁ ଅଧିକାଶଂ ସମୟ ଯିବାକୁ ଅମଙ୍ଗ ହେଉଛନ୍ତି । ସେହିପରି ବାହାରିପୁର ଠାରୁ ସମଣା ପର‌୍ୟ୍ୟନ୍ତ ରାସ୍ତା ନିର୍ମାଣ ହୋଇ ନଥିବାରୁ ସମଣା, ଗୋବିନ୍ଦପୁର, ଆଗିରିଆ ଆଦି ଗ୍ରାମର ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ସମିର କୁମାର ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ମୁଁ ଉକ୍ତ ରାସ୍ତା ଦେଖିବାକୁ ଯାଇଥିଲି ସିମିଳିଆ ନିକଟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି । ବର୍ଷା ନମିଲେ କିଛି କରିହେବ ନାହିଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.