Home ଜିଲ୍ଲା ପରିକ୍ରମା ବିବାହ ବନ୍ଧନରେ ରକ୍ତଦାନ ଶିବିର

ବିବାହ ବନ୍ଧନରେ ରକ୍ତଦାନ ଶିବିର

37

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ମାଧପୁର ଗ୍ରାମର ଯୁବ ସମାଜସେବୀ ତଥା ଶିକ୍ଷକ ଗୋପବନ୍ଧୁ ବାରିକ ଓ ଗୀତାରାଣୀ ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଉଭୟଙ୍କ ପରିବାର, ବନ୍ଧୁ ଓ ଶୁଭେଚ୍ଛୁମାନେ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ଓ ଭଦ୍ରକ ଜିଲ୍ଲା ରକ୍ତ ଏକତା ସଂଘ ସହଯୋଗରେ ମତୋ ମାଧପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ଶିବିରକୁ ଏସଡିପିଓ ତ୍ରିଲୋଚନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ପାଣି, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମାନସ ସାହୁ, ଦିଲୀପ ରାଉତ, ତ୍ୟାଗ ଭୂମିର ପ୍ରତିଷ୍ଠାତା ଅଜୟ ନାୟକ, ପ୍ରାକ୍ତନ ସମତି ସଭ୍ୟ ନରହରି ଦାସ , ସମାଜସେବୀ ମୀନକେତନ ବିଶ୍ୱାଳ ଓ ଭଦ୍ରକ ରକ୍ତ କେନ୍ଦ୍ରର ଡାକ୍ତର ଶରତ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ସୁମନ୍ତ ପଣ୍ଡା, ସୁରେଶ ଦାସ, ସୁରେଶ ବିଶ୍ୱାଳ, ତ୍ରିଲୋଚନ ବେହେରା, ନରହରି ଦାସ, ଉତମ ବାରିକ, ହରିହର ପାଣ୍ଡବ, ସୁରେଶ ବିଶ୍ୱାଳ, ସୁରେଶ ଦାସ, ତ୍ରିଲୋଚନ ବେହେରା, ତ୍ରିଲୋଚନ ସାହୁ, ପ୍ରିୟରଞ୍ଜନ ମହାନ୍ତି, ମାଧକ୍ ମଲ୍ଲିକ, ସୁଦର୍ଶନ ଦାସ, ଲକ୍ଷ୍ମୀଧର ବାରିକ, ତପନ କୁମାର ସାହୁ ଶିବିରକୁ ପରିଚାଳନା କରିଥିବା ବେଳେ ଉଭୟ ପରିବାର ବନ୍ଧୁ ବାନ୍ଧବ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.