Home ଓଡ଼ିଶା ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ବିଚାର କରାଯିବ ନାହିଁ...

ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ବିଚାର କରାଯିବ ନାହିଁ : ଓଡ଼ିଶା ହାଇକୋର୍ଟ

289

କଟକ୨୩ା୫( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଆଜି ମାନ୍ୟବର ହାଇକୋର୍ଟ ଜଣେ ୧୯ ବର୍ଷୀୟ ଯୁବତୀ ଆଣିଥିବା ଦୁଷ୍କର୍ମ ଅଭିଯୋଗ ମାମଲାର ଜାମିନ ଆବେଦନର ଶୁଣାଣି କରି ବିବାହ ପ୍ରତିଶୃତି ହେଇ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିଚାର କରାଯିବ ନାହିଁ ବୋଲି ରାୟ ଦେଇଛନ୍ତି। ସପୃକ୍ତ ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ ୨୦୧୯ ନଭେମ୍ବର ୨୭ ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ। ଯୁବତୀ ତାଙ୍କ ନିଜ ଗ୍ରାମର ଅଚ୍ୟୁତ କୁମାର ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଯୁବତୀ ଗର୍ଭବତୀ ହୋଇଥିବା ଥାନାରେ ଯୁବତୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ ଏହି ମାମଲାରେ ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟରେ ଜାମିନ୍ ଆବେଦନ କରି ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟର ବିଚାରପତି ଦେବାଶିଷ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାହା ଦୁଷ୍କର୍ମ ବୋଲି ଆଖ୍ୟାଦେବା ଉଚିତ ନୁହେଁ ବୋଲି ମତ ହେବା ସହ ଯେତେବେଳେ ଯୁବତୀ ଜଣକ ନିଜ ଇଚ୍ଛାରେ ସମ୍ପର୍କ ରଖିବା ଓ ସେତେବେଳେ ଦୁଇ ଜଣଙ୍କ ସମ୍ପର୍କକୁ ନେଇ ଦୁଷ୍କର୍ମର ଆଖ୍ୟା ଦିଆଯିବା ଠିକ୍ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.